Masthead

ଆମେରିକା ଆକ୍ରମଣରେ ଥରହର ଇରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକାର ଆକ୍ରମଣ ପରେ ବିସ୍ଫୋରଣରେ ଥରିଲା ଇରାନ ।  ଏକାଧିକ ପ୍ରମୁଖ ସହର ଓ ସ୍ଥାନରେ ମିସାଇଲ ମାଡ କଲା ଆମେରିକା ।  ଆକ୍ରମଣର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ଟ୍ରମ୍ପ । ଗତକାଲି ଇରାନ ସହ ଶାନ୍ତି ଚୁକ୍ତି ବାତିଲ ନେଇ ଘୋଷଣା କରିଥିଲେ । ଟ୍ରମ୍ପ ଇରାନ ଉପରେ ଆମେରିକୀୟ ସେନାର ଆକ୍ରମଣ। ଇରାନର ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଆମେରିକାର ଆକ୍ରମଣ ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ଦୁଇଟି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଶୁଣାଯାଇଛି। ଚାବାହାର ଏବଂ କୋନାରକ ନିକଟରେ ମଧ୍ୟ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଯାହାକୁ ଇରାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମୁକାବିଲା କରିଥିଲା।

ଆକ୍ରମଣ ପରେ ଚାବାହାରର କିଛି ଅଂଶରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି। ଏହାସହ କେତେକ ଇରାନୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଉଛି। ଆକ୍ରମଣ ନେଇ ପୂର୍ବରୁ ସୂଚନା ଦେଇଥିଲେ ଟ୍ରମ୍ପ । ସେପଟେ ଇରାନ ଉପରେ ଆକ୍ରମଣ ମଝିରେ ମୁହଁ ଖୋଲିଲେ ଟ୍ରମ୍ପ । ଶାନ୍ତି ଚୁକ୍ତି ପାଇଁ ଇରାନ ବ୍ୟାକୁଳ ବୋଲି କହିଲେ ଟ୍ରମ୍ପ । ସାମରିକ ଦୃଷ୍ଟିକୋଣରୁ ଆମେରିକା ଯୁଦ୍ଧ ଜିତି ସାରିଛି । ଇରାନର ସାମରିକ ଶକ୍ତିକୁ ଆମେ ଶେଷ କରି ଦେଇଛୁ । ଅନ୍ୟପଟେ ଏୟାର ଡିଫେନ୍ସ ସିଷ୍ଟମ କାର୍ଯ୍ୟକାରୀ କଲା କୁଏତ୍  ।  ଇରାନ ପକ୍ଷରୁ ଆକ୍ରମଣ କରାଯିବା ପରେ ଏୟାର ଡିଫେନ୍ସ ସକ୍ରିୟ  ।  ଗଲ୍ଫରେ ରହିଥିବା ଆମେରିକା ବେସ୍‌ ଉପରେ ଇରାନର ଆକ୍ରମଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ