Masthead

ଅଲୋଡ଼ା ନବୀନ, କ୍ରେଜରେ ସୁଜାତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ । ଦଳର ଦଳପତିଙ୍କର ପାର୍ଟିରେ କମୁଛି କି ପତିଆରା! ଅଫିସରରୁ ନେତା ବନିଥିବା ସୁଜାତାଙ୍କର ବଢୁଛି ଦବଦବା । ଭୈରବଙ୍କ ପନôୀଙ୍କୁ ନେଇ ଚାଲିଛି ନାନା ଦି ଚର୍ଚ୍ଚା । ଏହାରି ଭିତରେ ନବୀନ ନିବାସରେ ଫଟୋ ଉଠାରେ ଲାଗିଛି ବ୍ରେକ୍ । ତାହା ଶଙ୍ଖ ଭବନକୁ ହୋଇଯାଇଛି ସ୍ଥାନାନ୍ତର । ନବୀନଙ୍କ ସହ ନୁହେଁ ନେତା ଏବେ ସୁଜାତାଙ୍କ ସହ ଫୋଟ ଉତ୍ତୋଳନରେ ମାତିଛନ୍ତି । ସୁଜାତା ତାହାର ଫାଇଦା ନେଇ ଚଳାଇଛନ୍ତି ନିଜର ଦରବାର । ପଦ ପଦବୀରେ ନଥିଲେ ବି ବିଜେଡିର ଅଘୋଷିତ ସର୍ବେସର୍ବା ବନିଯାଇଛନ୍ତି । ସ୍ୱାମୀ ପରେ ସ୍ତ୍ରୀ ପାଇଁ ଅଣ୍ଟା ଭିଡି ଦେଇଛନ୍ତି ଗୁମାସ୍ତା ନେତା । ପାର୍ଟି ଅଫିସରୁ ନେତାଙ୍କ ନିକଟକୁ ଯିବାରେ ଲାଗିଛି ଗୋଟିଏ ପରେ ଗୋଟିଏ କଲ୍ । ଆଉ କାଳ ବିଳମ୍ବ ନ କରି ନେତା ଧାଇଁ ଆସି ସାକ୍ଷାତ କରିବା ପାଇଁ ଧାଡି ଲଗାଉଛନ୍ତି ।

ତାହା ପୁଣି ଗୋଟିଏ ମାତ୍ର ଉଦେଶ୍ୟ କେବଳ ଖଣ୍ଡେ ଫୋଟ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା । ଆଉ ଯାହାକୁ ଦେଖିଲେ ଲାଗୁଛି ପୂର୍ବରୁ ଯେମିତି ନବୀନ ନିବାସରେ ଚାଲିଥିଲା ତାହା ଏବେ ଶଙ୍ଖ ଭବନରେ ହେଲା ଭଳି ମନେ ହେଉଛି । ଯାହାକୁ ନେଇ ନେତାଙ୍କ ଠାରୁ ଆରମ୍ଭ ହୋଇ କର୍ମୀ ମହଲରେ ଆଲୋଡନ ସୃଷ୍ଟି ହେବାରେ ଲାଗିଛି । ଖାଲି ଫୋଟ ଉଠାରେ ସମିତ କଥା ଆଉ ନାହିଁ ଏମିତି କି ଦଳୀୟ ନେତାଙ୍କ ମଧ୍ୟରେ ଯେଉଁଠି ସମସ୍ୟା ଉପୁଜୁଛି ନବୀନଙ୍କ ବଦଳରେ ସୁଜାତାଙ୍କୁ ଭଟେ କରି ତାର ନିମାସା ହେଲାଣି । ଯାହା ମଧ୍ୟ ବିଏମସି ଷ୍ଟାଡିଙ୍ଗ କମିଟି ଚୟନ ବେଳେ ସାମ୍ନାକୁ ଆସିଲା । ବିଜେଡି ଅତିଆରରେ ଭୁବନେଶ୍ୱର ମହାନଗର ଉନ୍ନୟନ କମିଶନ ରହିଥିବାରୁ ଦଳର ନେତାଙ୍କୁ ଅଧିକ ବିଭିନ୍ନ କମିଟିରେ ସ୍ଥାନ ମିଳିବ । କିନ୍ତୁ ବିଜେଡିର ବର୍ତ୍ତମାନର ପରିସ୍ଥିତି ଏମିତି ହୋଇଯାଇଛି କି କେହି କାହା କଥା ମାନିବାକୁ ନାରାଜ ।

ସେଥିପାଇଁ ଏହି ବିବାଦ ଗୁଡିକର ସମାଧାନ ପାଇଁ ଆଗରୁ ନବୀନଙ୍କ ପାଖକୁ କଥା ଯାଉଥିଲା । ଏମିତିକି ନିବାସକୁ ଡକାଇ ବୁଝାଉଥିଲେ । କିନ୍ତୁ ଚଳିତ ଥର ଉପୁଜିଥିବା ବିବାଦ ଆଉ ନବୀନ ତୁଟାଇଲେ ନାହିଁ । ତାହାକୁ ତୁଟାଇଛନ୍ତି ଭୈରବଙ୍କ ଧର୍ମପତ୍ନୀ ସୁଜାତା । ଖାଲି ସେତିକି ନୁହେଁ କିଏ ଯଦି କେଉଁଠାରେ ନିର୍ବାଚିତ ହେଉ ଅବା ପଦ ପାଉ, ସେମାନେ ନବିନଙ୍କୁ ଆଉ ସକ୍ଷାତ କରୁନାହାନ୍ତି ସୁଜାତାଙ୍କ ଛଡା । ଆଉ ଏସବୁକୁ ଦେଖିଲେ ଯେମିତି ଲାଗୁଛି ନବୀନଙ୍କ ପତିଆରା ଦଳରେ ଧିରେଧିରେ ହ୍ରାସ ପାଉ ଥିବା ସାଧାରଣରେ ଆଲୋଚନା ବିଷୟ ପାଲଟି ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ ଯୁଦ୍ଧ, ବିଶ୍ୱ ପ୍ରଭାବିତ 🔴 ୪ବର୍ଷର ନାବାଳିକାକୁ ଦୁଷ୍କର୍ମ 🔴 ଅଲୋଡ଼ା ନବୀନ, କ୍ରେଜରେ ସୁଜାତା 🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର 🔴 ଆମେରିକା-ଇରାନ ଯୁଦ୍ଧ, ବିଶ୍ୱ ପ୍ରଭାବିତ 🔴 ୪ବର୍ଷର ନାବାଳିକାକୁ ଦୁଷ୍କର୍ମ 🔴 ଅଲୋଡ଼ା ନବୀନ, କ୍ରେଜରେ ସୁଜାତା 🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର