Masthead

ବାର ବାର ରୂପ ବଦଳାଉଛି କରୋନା, ଏଥର ସିଙ୍ଗାପୁର ଷ୍ଟ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିଙ୍ଗାପୁରରେ ଦେଖାଦେଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ । ଯାହାକି ଭାରତରେ ତୃତୀୟ ଲହରକୁ ଡାକିଆଣି ପାରେ । ଏହି ଲହର ଶିଶୁମାନଙ୍କ ପାଇଁ ଅଧିକ ଘାତକ ସାଜିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତୃତୀୟ ଲହର ଭାରତକୁ ଯେକୌଣସି ସମୟରେ ଆସିପାରେ ଓ ଏହା ଶିଶୁଙ୍କ ପାଇଁ ଅଧିକ ଘାତକ ହେବ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ତୃତୀୟ ଲହର ଆରମ୍ଭ ହେବା ପୂର୍ବରୁ ହିଁ କରୋନାରେ ଆକ୍ରାନ୍ତ ହେଲେଣି ଶିଶୁ । କର୍ଣ୍ଣାଟକରେ ୧୫ ଦିନରେ ୧୯ହଜାର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣ ଶିଶୁଙ୍କ ପ୍ରାଣ ଯାଇଛି । ଜଣେ ଶିଶୁ ୫ବର୍ଷର ହୋଇଥିବାବେଳେ ଅନ୍ୟ ଜଣେ ୯ବର୍ଷର ହୋଇଥିବା ଜଣାପଡ଼ିଛି ।

 

ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି । ଭୁବନେଶ୍ୱର ଏମସରେ ଚିକିତ୍ସା ହେଉଥିବା ପ୍ରାୟ ୧୫ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ମାସର ଶିଶୁ ମଧ୍ୟ ରହିଛନ୍ତି । ତେବେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ୨ରୁ ୮ବର୍ଷର ଶିଶୁଙ୍କ ଟିକାକରଣ ପାଇଁ ଆଗାମୀ ୧୦ରୁ ୧୨ଦିନ ମଧ୍ୟରେ ଟ୍ରାଏଲ ଆରମ୍ଭ କରିବ କୋଭାକ୍ସିନ । ଏହାର ଟ୍ରାଏଲ ସଫଳ ହେଲେ ଶିଶୁମାନଙ୍କୁ ମଧ୍ୟ ଟିକାକରଣରେ ସାମିଲ କରାଯିବ । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶିଶୁ ମାନଙ୍କଠାରେ ଦେଖାଦେଉଥିବା ଲକ୍ଷଣ ମଧ୍ୟରୁ ହାଲକା ଜର, କାଶ, ଶର୍ଦ୍ଦି, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଥକାପଣ, ଗଳାଦରଜ, ସ୍ୱାଦ ବାରିନହେବା, ଆଘ୍ରାଣ ଶକ୍ତି କମିବା, ମାଂସପେଶୀ ଦରଜ ହେବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି । ଏହାଛଡ଼ା କିଛି ଶିଶୁଙ୍କଠାରେ ପେଟରୋଗ ଭଳି କିଛି ଅସାଧାରଣ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ଏକ ଗବେଷଣା ଅନୁଯାୟୀ, ଶିଶୁଙ୍କ ନିକଟରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟରି ସିଣ୍ଡ୍ରୋମ ନାମକ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁଥିରେ ଆଖି ଲାଲ ହେବା, ପେଟ ଦରଜ ହେବା, ହୃତପିଣ୍ଡର ସ୍ପନ୍ଦନ ବଢ଼ିଯିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି ।

ତେବେ ସିଙ୍ଗାପୁର ଷ୍ଟ୍ରେନକୁ ନଜରରେ ରଖି ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କେନ୍ଦ୍ରସରକାରଙ୍କୁ ସଚେତନ କରାଇଛନ୍ତି । ଏହା ଶିଶୁମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ ବୋଲି କହିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଭାରତ-ସିଙ୍ଗାପୁରର ସମସ୍ତ ବିମାନ ଚଳାଚଳ ଉପରେ ବି କଟକଣା ଲଗାଇବାକୁ କେଜ୍ରିୱାଲ କହିଛନ୍ତି । ତେବେ ସିଙ୍ଗାପୁରରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଶିଶୁମାନଙ୍କ ପାଇଁ ଅଧିକ ଘାତକ ସାଜୁଥିବା ସେଠାକାର ଶିକ୍ଷାମନ୍ତ୍ରୀ ଚାନ ଚୁନ ସିଙ୍ଗ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେଠାରେ ସ୍ତୁଲ ଗୁଡ଼ିକୁ ମଧ୍ୟ ମେ ୨୮ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨