Masthead

ବାର ବାର ରୂପ ବଦଳାଉଛି କରୋନା, ଏଥର ସିଙ୍ଗାପୁର ଷ୍ଟ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିଙ୍ଗାପୁରରେ ଦେଖାଦେଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ । ଯାହାକି ଭାରତରେ ତୃତୀୟ ଲହରକୁ ଡାକିଆଣି ପାରେ । ଏହି ଲହର ଶିଶୁମାନଙ୍କ ପାଇଁ ଅଧିକ ଘାତକ ସାଜିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତୃତୀୟ ଲହର ଭାରତକୁ ଯେକୌଣସି ସମୟରେ ଆସିପାରେ ଓ ଏହା ଶିଶୁଙ୍କ ପାଇଁ ଅଧିକ ଘାତକ ହେବ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ତୃତୀୟ ଲହର ଆରମ୍ଭ ହେବା ପୂର୍ବରୁ ହିଁ କରୋନାରେ ଆକ୍ରାନ୍ତ ହେଲେଣି ଶିଶୁ । କର୍ଣ୍ଣାଟକରେ ୧୫ ଦିନରେ ୧୯ହଜାର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣ ଶିଶୁଙ୍କ ପ୍ରାଣ ଯାଇଛି । ଜଣେ ଶିଶୁ ୫ବର୍ଷର ହୋଇଥିବାବେଳେ ଅନ୍ୟ ଜଣେ ୯ବର୍ଷର ହୋଇଥିବା ଜଣାପଡ଼ିଛି ।

 

ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି । ଭୁବନେଶ୍ୱର ଏମସରେ ଚିକିତ୍ସା ହେଉଥିବା ପ୍ରାୟ ୧୫ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ମାସର ଶିଶୁ ମଧ୍ୟ ରହିଛନ୍ତି । ତେବେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ୨ରୁ ୮ବର୍ଷର ଶିଶୁଙ୍କ ଟିକାକରଣ ପାଇଁ ଆଗାମୀ ୧୦ରୁ ୧୨ଦିନ ମଧ୍ୟରେ ଟ୍ରାଏଲ ଆରମ୍ଭ କରିବ କୋଭାକ୍ସିନ । ଏହାର ଟ୍ରାଏଲ ସଫଳ ହେଲେ ଶିଶୁମାନଙ୍କୁ ମଧ୍ୟ ଟିକାକରଣରେ ସାମିଲ କରାଯିବ । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶିଶୁ ମାନଙ୍କଠାରେ ଦେଖାଦେଉଥିବା ଲକ୍ଷଣ ମଧ୍ୟରୁ ହାଲକା ଜର, କାଶ, ଶର୍ଦ୍ଦି, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଥକାପଣ, ଗଳାଦରଜ, ସ୍ୱାଦ ବାରିନହେବା, ଆଘ୍ରାଣ ଶକ୍ତି କମିବା, ମାଂସପେଶୀ ଦରଜ ହେବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି । ଏହାଛଡ଼ା କିଛି ଶିଶୁଙ୍କଠାରେ ପେଟରୋଗ ଭଳି କିଛି ଅସାଧାରଣ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ଏକ ଗବେଷଣା ଅନୁଯାୟୀ, ଶିଶୁଙ୍କ ନିକଟରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟରି ସିଣ୍ଡ୍ରୋମ ନାମକ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁଥିରେ ଆଖି ଲାଲ ହେବା, ପେଟ ଦରଜ ହେବା, ହୃତପିଣ୍ଡର ସ୍ପନ୍ଦନ ବଢ଼ିଯିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି ।

ତେବେ ସିଙ୍ଗାପୁର ଷ୍ଟ୍ରେନକୁ ନଜରରେ ରଖି ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କେନ୍ଦ୍ରସରକାରଙ୍କୁ ସଚେତନ କରାଇଛନ୍ତି । ଏହା ଶିଶୁମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ ବୋଲି କହିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଭାରତ-ସିଙ୍ଗାପୁରର ସମସ୍ତ ବିମାନ ଚଳାଚଳ ଉପରେ ବି କଟକଣା ଲଗାଇବାକୁ କେଜ୍ରିୱାଲ କହିଛନ୍ତି । ତେବେ ସିଙ୍ଗାପୁରରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଶିଶୁମାନଙ୍କ ପାଇଁ ଅଧିକ ଘାତକ ସାଜୁଥିବା ସେଠାକାର ଶିକ୍ଷାମନ୍ତ୍ରୀ ଚାନ ଚୁନ ସିଙ୍ଗ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେଠାରେ ସ୍ତୁଲ ଗୁଡ଼ିକୁ ମଧ୍ୟ ମେ ୨୮ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା