Masthead

୪ବର୍ଷର ନାବାଳିକାକୁ ଦୁଷ୍କର୍ମ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁରରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ୧୨ ବର୍ଷ ନାବାଳକ କଲା ଦୁଷ୍କର୍ମ । ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ୧୨ ବର୍ଷର କାମାନ୍ଧ ନାବାଳକ ନିଜ ସମ୍ପର୍କୀୟ ଝିଅକୁ ଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଛାଡିଛି। ନାବାଳିକା ଝିଅକୁ ପରିବାର ଲୋକେ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଥିବା ବେଳେ ଘଟଣାକୁ ନେଇ ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୋଗ ଅନୁଯାଇ ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ ବର୍ଷର ନାବାଳିକା ନିଜ ଘର ପାଖରେ ଖେଳୁଥିବା ବେଳେ ସେହି ଗ୍ରାମର ଜଣେ ୧୨ ବର୍ଷ ସମ୍ପର୍କୀୟ ନାବାଳକ ଖେଳୁଥିବା ବେଳେ ଦୁଷ୍କର୍ମ କରିଥିଲା। ନାବାଳିକା ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନାବାଳିକା ଝିଅକୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁଷ୍କର୍ମ କାରି ନାବାଳକକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍