Before Header

ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ କି ନାହିଁ, ନିଷ୍ପତ୍ତି ଲୋକେ ନେବେ: ଶରଦ ପାୱାର

0 971

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ପୁଣେରେ ଶରଦ ପାୱାର ଏକଥା କହିବା ବେଳେ ପୂର୍ବରୁ ଘଟିଥିବା ଘଟଣାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ। ଏମିତି ଘଟଣା ୧୯୭୭ରେ ମଧ୍ୟ ଘଟିଥିଲା।

ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସ୍‌ରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା। ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଦଳ ଗଠନ ହୋଇଥିଲା। ଏହାପରେ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ୨୦୨୪ରେ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ କି ନାହିଁ, ତା’ର ନିଷ୍ପତ୍ତି ଲୋକେ ନେବେ। ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ ନିଜର ପକ୍ଷ ରଖିପାରିବେ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ।

ଆସନ୍ତା ବର୍ଷ ବିଜେପି ସହ ଲଢ଼େଇ କରିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ମେଣ୍ଟ ଗଠନ ହୋଇଥିଲେ ହେଁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ଏଯାଏ ଘୋଷଣା ହୋଇନି। ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଆସିଥିଲା।

Leave A Reply

Your email address will not be published.