Masthead

ରାଜ୍ୟରେ ପୁଣି  ବର୍ଷା ବଢ଼ିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି  ବର୍ଷା ବଢ଼ିବ । ୧୪ ବା ୧୫ ତାରିଖ  ବେଳକୁ ବଙ୍ଗୋପସାଗରରେ ପୁଣି  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୭  ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ  ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ  ଉପକୂଳରେ ଏହି ଲଘୁଚାପ ସୃଷ୍ଟି  ହେବ । ଏହା ପ୍ରଭାବରେ ରାଜ୍ୟରେ  ଅଧିକ ବର୍ଷା ସମ୍ଭାବନା ଅଛି ।  ୯ରୁ ୧୫ ତାରିଖ ଯାଏ ରାଜ୍ୟର  ବିକ୍ଷିପ୍ତ ସ୍ଥାନରେ ବର୍ଷା ଆଶଙ୍କା ଅଛି ।  ୧୩ ଓ ୧୪ ତାରିଖରେ ରାଜ୍ୟର କିଛି  ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

୧୦, ୧୧ ଓ ୧୨  ତାରିଖରେ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ,  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, କେନ୍ଦୁଝର,  ମୟୂରଭଞ୍ଜ ଓ ବୌଦ୍ଧରେ ବର୍ଷା ସମ୍ଭାବନା  ଅଛି । ୧୧ ତାରିଖରେ ବାଲେଶ୍ୱର,  ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଓ  ମୟୂରଭଞ୍ଜରେ ବର୍ଷା ହୋଇପାରେ । ଗତ  ୨୪ ଘଣ୍ଟାରେ ବାରିପଦା, ପାରାଦୀପ ଓ  କେନ୍ଦ୍ରାପଡ଼ାରେ ସାମାନ୍ୟ ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ