ଗୋପିନାଥଙ୍କ ପ୍ରିୟ ଅମୃତକେଳି ଆଉ ମିଳୁନି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଉତ୍ତର ଓଡ଼ିଶାର ପ୍ରମୁଖ ବୈଷ୍ଣବ ମଠ ରେମୁଣାର କ୍ଷୀରଚୋରା ଗୋପୀନାଥ । ୮୦୦ ବର୍ଷର ଏହି ମନ୍ଦିରରେ ସ୍ୱୟଂ ଗୋପୀନାଥ , ମଦନମୋହନ ଏବଂ ଗୋବିନ୍ଦ ଜିଉ ପୂଜାପାଇ ଆସୁଛନ୍ତି । ଭୋଗ ହେଉଛି ଅମୃତକେଳି ବା କ୍ଷୀରା । ଏହାକୁ ଦେଶ ବିଦେଶର ଲୋକେ ପାଇବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ଆଜି ସେହି କ୍ଷୀରଚୋରା ଗୋପୀନାଥ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।

ଏମିତିକି ପ୍ରଭୁ ଗୋପୀନାଥଙ୍କ ପ୍ରତିଦିନ ହେଉଥିବା ନୀତିକାନ୍ତିରେ ଦେଖା ଦେଇଛି ଅନେକ ବିଭ୍ରାଟ । ଅଧିକାଂଶ ସମୟରେ ବନ୍ଦ ରହୁଛି ଗୋପୀନାଥଙ୍କ ନିକଟରେ ଲାଗି ହେଉଥିବା ଅମୃତକେଳି । କରୋନା କଟକଣା ସହିତ ଗୋପୀନାଥ ମନ୍ଦିରରେ ଅମୃତକେଳି ବନ୍ଦ କରାଯାଇଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ମନ୍ଦିର ପ୍ରଶାସନ ବାହାରୁ କ୍ଷୀର ପ୍ୟାକେଟ କିଣି ଅତ୍ୟନ୍ତ ନିମ୍ନମାନର ଭୋଗ ପ୍ରସ୍ତୁତ କରୁଛି । ଏହି ଭୋଗ କେବଳ ଗୋପୀନାଥଙ୍କ ନିକଟରେ ଲାଗି ହେବାକୁ କରାଯାଉଛି ବୋଲି କିଛି ଭକ୍ତ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’