ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୧୬ଦିନରେ ପହଞ୍ଚିଛି କକ୍ରୋଜ୍ ଜନତା ପାର୍ଟିର ଅନଶନ । ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସୋନମ୍ ୱାଙ୍ଗଚୁକ୍ ଧାରଣା ଜାରି । ସୋମବାର ପରିବେଶବିତ ସୋନମ୍ ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଥିବା ଡାକ୍ତର କହିଛନ୍ତି ଯେ, ୱାଙ୍ଗଚୁକ୍ ରକ୍ତ ଚାପ କମିବା ସହ ୭.୮ କିଲୋଗ୍ରାମ ଓଜନ ମଧ୍ୟ କମିଯାଇଛି । ପରୀକ୍ଷାରେ ଅନିୟମିତତାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଚାଲିଥିବା ଆନ୍ଦୋଳନ୨୩ତମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନରେ ସମାଜବାଦୀ ପାର୍ଟିର ସାଂସଦ ପଗ୍ୱେନ୍ଦ୍ର ସରୋଜ ଏବଂ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ପହଞ୍ଚିଛନ୍ତି ।
ସିଜେପିର ପ୍ରତିଷ୍ଠାତା ଅଭିଜିତ ଦିପକେ ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ ସର୍ମ୍ପକରେ ଏକ୍ସରେ କହିଛନ୍ତି କି, ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ଅହଂକାରର ଲଢେଇରେ ପରିଣତ କରନ୍ତୁ ନାହିଁ । କାରଣ ଏଠାରେ ମାନବ ଜୀବନ ବିପଦରେ ରହିଛି । ଶିକ୍ଷାରେ ଥିବା ଅନିୟମିତତାକୁ ନେଇ ସିଜିପିର ଏହି ଆନେ୍ଦାଳନ ଜୁନ୍ ୨୦ରୁ ଆରମ୍ଭ ଚାଲିଛି । ସୋନମ୍ ୱାଙ୍ଗଚୁକ୍ ଜୁନ୍୨୮ରେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ସେହି ଦିନଠାରୁ ସେ ଏହି ଅନଶନରେ ଜାରି ରଖିଛନ୍ତି । ଆସନ୍ତା ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ହିଁ ସଂସଦ ଅଭିମୁଖେ ପଦଯାତ୍ରା କରାଯିବ ବୋଲି ସିଜିପି ଘୋଷଣା କରିଛି ।
