Masthead

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାବିଷୁବ ସଂକ୍ରାନ୍ତି । ପ୍ରତିଟି ଓଡ଼ିଆର ପାରମ୍ପରିକ ନବବର୍ଷ । ମେଷ ପ୍ରଥମ ଦିନକୁ ଓଡ଼ିଆମାନେ ଆବାହମାନକାଳରୁ ନବବର୍ଷ ଭାବେ ପାଳନ କରି ଆସୁଛନ୍ତି । ଚୈତ୍ର ୨୪ ଦିନ ଅର୍ଥାତ ପ୍ରତିବର୍ଷ ୧୩ କିମ୍ବା ୧୪ ଏପ୍ରିଲରେ ଏହି ମହାବିଷୁବ ସଂକ୍ରନ୍ତି ବା ପଣା ସଂକ୍ରାନ୍ତିକୁ ଓଡ଼ିଆ ପରିବାରରେ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି ।

ଏହି ଦିନ ଓଡ଼ିଆ ଲୋକମାନେ ଶ୍ରୀଜଗନ୍ନାଥ, ଶିବ କିମ୍ବା ଶକ୍ତିଙ୍କୁ ଆରାଧନା କରିଥାନ୍ତି । ପ୍ରତ୍ୟୁଷରୁ ଲୋକମାନେ ନଦୀ କିମ୍ବା ତୀର୍ଥସ୍ଥାନରେ ସ୍ନାନ ସାରି ଦେବଦେବୀଙ୍କୁ ଆରାଧନା କରିଥାନ୍ତି । ଓଡ଼ିଆ ନବବର୍ଷ ଅବସସରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ଉତ୍ସବ ମଧ୍ୟ ଆୟୋଜିତ ହେଉଛି । ଘରେ ଘରେ ସ୍ୱାଦିଷ୍ଟ ଓ ଶୀତଳ ପଣା ପ୍ରସ୍ତୁତ କରାଯାଇ ଇଷ୍ଟଙ୍କୁ ଲାଗି ପରେ ପରିବାରର ସମସ୍ତ ସଦସ୍ୟ ପାନ କରିବା ସହ ଅନ୍ୟଙ୍କୁ ମଧ୍ୟ ବିତରଣ କରିଥାନ୍ତି ।

ପଣା ସଂକ୍ରାନ୍ତି ଭଳି ବୈଶାଖୀ, ବିହୁ, ପେହେଲା ବୈଶାଖୀ, ପୁତାଣ୍ଡୁ ଉତ୍ସବ ଭାରତର ବିଭିନ୍ନ ସ୍ଥାନରେ ପାଳିତ ହେଉଛି । ଉତ୍ତର ଓ ମଧ୍ୟ ଭାରତରେ ବୈଶାଖୀ, ଆସାମରେ ବିହୁ, ବଙ୍ଗଲାରେ ପେହେଲା ବୈଶାଖୀ ଓ ତାମିଲନାଡୁରେ ପୁତାଣ୍ଡୁ ଧୁମଧାମରେ ପାଳିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ