କୋର୍ଟ ଭିତରେ ଓକିଲଙ୍କ ଉପରକୁ ଆଖିବୁଜା ଗୁଳିମାଡ଼

 ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ) କୋର୍ଟ ପରିସର ଭିତରେ ଘଟିଛି ଏକ ଅଭାବନୀୟ ଘଟଣା । କୋର୍ଟ ଭିତରେ ଓକିଲଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି । ତେବେ ଘଟଣାସ୍ଥଳରେ ହିଁ ଓକିଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଶାହଜହାଁପୁରର ଜିଲ୍ଲା କୋର୍ଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ, ମୃତ ଓକିଲ ଜଣଙ୍କ ହେଉଛନ୍ତି ଭୂପେନ୍ଦ୍ର ସିଂହ । ସେ ଆଜି କୋର୍ଟ ଭିତରେ ଥିବା ରେକର୍ଡ ରୁମକୁ ଯାଇଥିଲେ । ହଠାତ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପରେ ତାଙ୍କ ମୃତଦେହ ନିକଟରୁ ଏକ ବନ୍ଧୁକ ସହ ଦୁଇଟି ଗୁଳି ଜବତ ହୋଇଛି ।

ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି । ପୋଲିସର କହିବା ମୁତାବକ, ଓକିଲଙ୍କ ପାଖରେ କେହି ନ ଥିଲେ । ଘଟଣାସ୍ଥଳରେ ଫୋରେନସିକ୍ ଟିମ ପହଞ୍ଚି ତଦନ୍ତ କରୁଛି । ତେବେ କେଉଁ କାରଣରୁ ଓକିଲଙ୍କ ଉପରକୁ ଗୁଳିମାଡ କରାଯାଇଛି ତାହାର ଅଧିକ ତଦନ୍ତ କରୁଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ