ସୁକମାରେ ବିପୁଳ ମାଓ ଡମ୍ପ ଜବତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁରକ୍ଷା ବାହିନୀକୁ ବଡ଼ ସଫଳତା । ମାଓବାଦୀଙ୍କ ଡମ୍ପ ଠାବ କଲା ସୁରକ୍ଷା ବାହିନୀ। ଜଙ୍ଗଲ ଭିତରେ ଲୁଚାଇ ରଖିଥିଲେ ମାରଣାସ୍ତ୍ର ଓ ବିସ୍ଫୋରକ। ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରୁ ଜବତ ହୋଇଛି ୧୩ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ । ସୁକମା ଜିଲ୍ଲା କିଷ୍ଟାରାମ ଥାନା ଅନ୍ତର୍ଗତ ପାଲାଚଲମା ଗାଁ ନିକଟ ଜଙ୍ଗଲରେ ଏହି ଡମ୍ପ ଠାବ ହୋଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଜିଲ୍ଲା ପୁଲିସ, ଡିଆର୍ ଜି ଓ ବସ୍ତର ଫାଇଟର୍ସର ମିଳିତ ଟିମ୍ ଏହି ଅଭିଯାନ ଚଳାଇଥିଲା । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ୨ଟି ୩୦୩ ରାଇଫଲ, ୪ଟି ବିଜିଏଲ୍ ଲଞ୍ଚର ଓ ୩ଟି ୧୨ ବୋର୍ ରାଇଫଲ୍ । ଏହାସହ ବିପୁଳ ଗୁଳି ସହ ନନ୍ -ଇଲେକ୍ଟ୍ରିକ୍ ଡେଟୋନେଟର ବି ଜବତ ହୋଇଛି । ଜଙ୍ଗଲ ଭିତରେ ମାଓବାଦୀଙ୍କ ଏହି ଗୁପ୍ତ ଡମ୍ପ ଠାବ ହେବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ