ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ଆଉ ୩ ମାଓବାଦୀ ନିହତ । କାଲି ୧୨ ମାଓବାଦୀ ନିହତ ହୋଇଥିଲେ । ମୃତୁ୍ୟସଂଖ୍ୟା ୧୫କୁ ବୃଦ୍ଧି । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗତକାଲି ୧୨ ମାଓବାଦୀ ନିପାତ ହୋଇଥିଲେ । କିନ୍ତୁ ଏନ୍‌କାଉଣ୍ଟରରେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ଭଦାଡ଼ି, ରମେଶ ସୋଧି ଏବଂ କନଷ୍ଟେବଳ ଦୁକାରୁ ଗୋଣ୍ଡେ । ଆଉ ୨ ଜଣ ଆହତ ହୋଇଛନ୍ତି । ବସ୍ତର ରେଞ୍ଜ୍ ପୁଲିସ ଆଇଜି ସୁନ୍ଦରରାଜ ପି. ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଗଙ୍ଗାଲୁର ଥାନା ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି । ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଡିଆର୍‌ଜି, ଏସ୍‌ଟିଏଫ୍, କୋବ୍ରା ଏବଂ ସିଆର୍‌ପିଏଫ୍‌ର ମିଳିତ ଟିମ୍ ବୁଧବାର ସକାଳ ପ୍ରାୟ ୯ଟାରେ ବିଜାପୁର-ଦନ୍ତେୱାଡ଼ା ସୀମାର ପଶ୍ଚିମ ବସ୍ତର ଡିଭିଜନ୍ ଗଙ୍ଗାଲୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଲାଇଥିଲେ । ସେହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଅଚାନକ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ ।

ଫଳରେ ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ । ସମସ୍ତ ୧୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ଏସ୍ଏଲ୍ଆର୍ ରାଇଫଲ, ଡଟ୍୩୦୩ ରାଇଫଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମିଳିଛି ।ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନକୁ ପଠାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!