Masthead

ଜାଣନ୍ତି, ମାଓବାଦୀଙ୍କ ଶିବିରରୁ କ’ଣ ମିଳିଲା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀଙ୍କ ସଂଗଠନ । ଯବାନମାନଙ୍କ ଜୋରଦାର କମ୍ବିଂ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ସ୍ଥାନୀୟ ଲୋକଙ୍କ ଆଗ୍ରହ ମାଓବାଦୀଙ୍କୁ ଦୁର୍ବଳ କରିବାରେ ଲାଗିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଆଜି ପୋଲିସକୁ ମିଳିଛି ବିପୁଳ ବିଷ୍ଫୋରକ ସାମଗ୍ରୀ । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ଥ ଅରାପଦର ଜଙ୍ଗଲରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ବାହିନୀର ମିଳିତ କୁମ୍ବିଂ ଅପରେସନ ବେଳେ ଜବତ ହୋଇଛି ଏହି ସବୁ ବିଷ୍ଫୋରକ । ମାଓବାଦୀଙ୍କ ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କ୍ୟାଡରମାନେ କିଛିଦିନ ଧରି ଅରାପଦର ଜଙ୍ଗଲରେ ଏକ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ସୂଚନା ଆଧାରରେ ଯବାନମାନେ ଆଜି ସକାଳେ ଅପରେସନ ଆରମ୍ଭ କରିଥିଲେ । ଯବନମାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଶିବିର ଯାଞ୍ଚ କଲାବେଳେ ଯବାନଙ୍କ ଆଖି ଖୋସି ହୋଇଯାଇଥିଲା । ସେଠାରେ ଥିଲା ୩.୩ ରାଇଫଲର ୯୩ଟି ଗୁଳି, ୫୫ଟି ୯ ଏମଏମ ପିସ୍ତଲର ଗୁଳି, ୧୩ ଟି ଇଲେକଟ୍ରନିକ ଡିଟୋନେଟର, ୧୪ ଟି ଲ୍ୟାଣ୍ଡମାଇନ ଓ କିଛି ନକ୍ସଲ ପ୍ରଚାରପତ୍ର । ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାର ଯୋଜନା କରୁଥିଲେ ବୋଲି ମାଲକାନଗିରି ଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ