Masthead

ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ । ସୋମବାର ଠାରୁ ୪୮ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯିବ । ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ । ପୁରୀ ବଡ଼ଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବ। ସେହିପରି ବଡ଼ଦାଣ୍ଡକୁ ଲାଗି ରହିଥିବା ଘର ଗୁଡିକର ପରବାର ଲୋକଙ୍କ ପ୍ରସ୍ତୁତ ହେଉଛି ତାଲିକା । ପରିବାର ସଦସ୍ୟ ବାଦ୍ ଅନ୍ୟ କୌଣସି ଲୋକଙ୍କ ଉପସ୍ଥିତି ନଜର ଆସିଲେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି ।

ପୁରୀରେ ବଡ଼ଦାଣ୍ଡ ହୋଟେଲ, ଲଜ୍, ଧର୍ମଶାଳା ଆଜିଠୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ବିଶୃଙ୍ଖଳା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ବାହୁଡ଼ା ଆଗରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛି ପୁରୀ ପ୍ରଶାସନ। ବଡ଼ଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକରୁ ବାହାରି ଯେପରି କେହି ରଥଯାତ୍ରା ଦର୍ଶନ କରିପାରିବେ ନାହିଁ, ସେଥିପ୍ରତି କଡା ନଜର ଦିଆଯାଇଛି । ବାହୁଡ଼ା ଯାତ୍ରା ସମୟରେ କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା