Masthead

ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରବିବାର ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ । ୩ଟି ୱାନ୍ଣିଙ୍ଗ ଓ ୩ ଟି-ଟ୍ୱେଣ୍ଟିର ଲମ୍ବା ସିରିଜ ରହିଛି । ଦିନ ୩ ଟାରେ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଟିମ୍ ଇଲେଭେନରେ କିଏ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଯୁବଦଳ ଆଜି ଖେଳିବ ପ୍ରଥମ ଦିନିକିଆ ମୁକାବିଲା ମ୍ୟାଚ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।

ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚକୁ କରୋନା କାରଣରୁ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଇଂଲଣ୍ଡ ଗସ୍ତରେ ରହିଛି । ତେଣୁ ଶିଖର ଧବନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ ଏହି ଦଳ । ଦଳରେ ଶିଖର ଧବନ କ୍ୟାପଟେନ, ପୃଥ୍ୱୀ ସ’, ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ନୀତିଶ ରାଣା, ଇସାନ କିଷନ, ସଂଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ରାହୁଲ ଚହର, ଭୁବନେଶ୍ୱର କୁମାର, ଚେତନ ସାକାରିଆ ଓ ନଭଦୀପ ସାଇନିଙ୍କ ପରି ଯୁବ ଖେଳାଳି ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ