ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ପୁରୁଷ କିକ୍ରେଟ୍ ଦଳ ଉପରେ ସାରା ଦେଶର ନଜର । ଆରମ୍ଭ ହେବାକୁ ଯାଉଛି ଦିନିକିଆ ମ୍ୟାଚ୍ । ଟି୨୦ ସିରିଜରେ ଭାରତର ସୋଚନୀୟ ପରାଜୟ ପରେ ଏବେ ଦିନିକିଆରେ ପଡିଆକୁ ଓହ୍ଲାଇବ ଭାରତ । ଭାରତ ଓ ଇଂଲଣ୍ଡର ମଧ୍ୟରେ ଚାଲିବ ଦିନିକିଆ ସିରିଜ୍ । ଏହି ମ୍ୟାଚ୍ ବୋର୍ମିଂହାମର ଏଜବାଷ୍ଟନରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟା ୩୦ମିନିଟ୍ ରେ ମ୍ୟାଚ୍ ଖେଳାଯିବ । ଭାରତ ଦିନିକିଆରେ ଭଲ ପ୍ରଦର୍ଶନ କରିବା ନେଇ ନିଜକୁ ପ୍ରସ୍ତୁତ କରିଛି ।
ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି କ୍ୟାପଟେନ୍ ସୁବମନ୍ ଗିଲ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳ ହେବାକୁ ଥିବା ବେଳେ ଇଣ୍ଡିଆ ଟିମ୍ ସାମିଲ ହୋଇଛନ୍ତି ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହିଲି । ଦୁହିଁଙ୍କ ପ୍ରତ୍ୟାବର୍ତ୍ତନ ରେ ୫୦ ଓଭରିଆ ଖେଳକୁ ନେଇ ସମସ୍ତଙ୍କ ନଜର । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପସ୍ଥିତି ଭାରତୀୟ ବ୍ୟାଟିଂ ଶକ୍ତିଶାଳୀ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଟି୨୦ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ ଦେଖାଇ ଇଂଲଣ୍ଡ ଦଳ ଆତ୍ମବିଶ୍ୱାସରେ ଭରପୁର ରହିଛି । ତେଣୁ ଏହି ମୁକାବିଲା ରୋମାଞ୍ଚକ ହେବ ଶୁନିଶ୍ଚିତ । ଦିନିକିଆ ଖେଳର ଫର୍ମାଟରେ ଉଭୟ ଦଳର ରେକର୍ଡ଼ ମଧ୍ୟ ବେଶ୍ ରହିଛି । ଯାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି ।
