Masthead

ଭୋଟ ଦେଉଛି ନୂଆପଡ଼ା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା।୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ନୂଆପଡ଼ା ଓ କୋମନା ବ୍ଲକ ସମେତ ନୂଆପଡ଼ା ଓ ଖରିଆର ରୋଡ଼ ଏନଏସିରେ ୩୫୮ଟି ମତଦାନ କେନ୍ଦ୍ର କରାଯାଇଛି । ସକାଳୁ ମତଦାନ ଆରମ୍ଭ ହୋଇଛି। । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ବୁଥ୍‌ ପ୍ରସ୍ତୁତ ହୋଇଛି । ୪୭ଟି ସମ୍ବେଦନଶୀଳ ବୁଥ୍‌, ଓ ୮ଟି ଅତିସମ୍ବେଦନଶୀଳ ବୁଥ୍ ମାଓ ଅଞ୍ଚଳରେ ରହିଛି । ସେହିପରି ୬ଟି ସଖି ବୁଥ୍‌ର ବ୍ୟବସ୍ଥା କରାଯାଇଛି । ନୂଆପଡ଼ାରେ ୪୭ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଭୋଟିଂ ହେବ । ସେହିପରି ନୂଆପଡ଼ାରେ ଅନ୍ୟ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ହେବ ।

ଭୋଟ ଦେବାକୁ ସକାଳୁ ସକାଳୁ ଭୋଟ କେନ୍ଦ୍ରରେ ଭୋଟର ପହଞ୍ଚୁଛନ୍ତି । ଧାଡ଼ିରେ ଛିଡ଼ା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ୍‌ ଦେଉଛନ୍ତି । ନୂଆପଡ଼ାରେ ଯୁବ ଭୋଟରଙ୍କ ଉପରେ ନଜର ରହିଛି । ସବୁ ଦଳ ନୂଆପଡ଼ା ଯୁବଭୋଟରଙ୍କୁ ହାତେଇବାକୁ ଚେଷ୍ଟା କରିଛନ୍ତି । ନୂଆପଡ଼ାରେ ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳ ଭିତରେ ନିର୍ଣ୍ଣାୟକ ଲଢ଼େଇ । ଶାସକ ଦଳ ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼