Masthead

ତାଲିବାନୀଙ୍କୁ ମହର୍ଷି ବାଲ୍ମିକୀଙ୍କ ସହ ତୁଳନା କଲେ କବି, ରୁଜୁ ହେଲା ଏଫଆଇଆର୍

ଭୋପାଳ(ବଡ଼ ଖବର ବ୍ୟୁରୋ): ତାଲିବାନ ଆତଙ୍କବାଦୀ ସଂଗଠନକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ତୁଳନା କରିବାରେ ଲାଗିଛନ୍ତି କିଛି ଭାରତୀୟ । ନକଟରେ ତାଲିବାନକୁ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହ ତୁଳନା କରି ଆପର ଜଣେ ଏମପି ହଟ୍ଟହଟ୍ଟା ହୋଇଥିଲେ । ଆଉ ବର୍ତ୍ତମାନ ଜଣେ ପ୍ରସିଦ୍ଧ କବି ଆତଙ୍କବାଦୀ ସଂଗଠନକୁ ବାଲ୍ମିକୀଙ୍କ ସହ ତୁଳନା କରିଛନ୍ତି । ତେବେ ଏହାପରେ ବାଲ୍ମିକୀ ସମ୍ପ୍ରଦାୟ ତାଙ୍କୁ ସମାଲୋଚନା କରିଛନ୍ତି ।

ମଧ୍ୟପ୍ରଦେଶର ପ୍ରସିଦ୍ଧ କବି ମୁନାୱର ରାଣାଙ୍କ ବିରୋଧରେ ଗୁନାରେ ଏକ ଏଫଆଇଆର ରୁଜୁ କରାଯାଇଛି । ଦୁଇ ଦିନ ପୂର୍ବରୁ ବାଲ୍ମିକୀ ସମାଜ ଏହି ଅଭିଯୋଗ ଦାୟର କରାଯାଇଛି । ତେବେ ଏହି ଅଭିଯୋଗରେ କୁହାଯାଇଛି ମହର୍ଷି ବାଲ୍ମିକୀ ରାମାୟଣର ରଚୟିତା । ଠାକୁର ଭାବେ ତାଙ୍କୁ ପୂଜା କରାଯାଏ। କିନ୍ତୁ ମନାୱର ତାଙ୍କ ଅପମାନ କରିଛନ୍ତି। ମୁନାୱର ମହର୍ଷି ବାଲ୍ମିକୀଙ୍କ ତୁଳନା ତାଲିବାନ ଆତଙ୍କବାଦୀଙ୍କ ସହ କରି ତାଙ୍କୁ ଅପମାନ କରିଛନ୍ତି।

କେବଳ ସେତିକି ନୁହେଁ ସେ ଏଭଳି କହି ପୂରା ଦେଶକୁ ଅପମାନିତ କରିଛନ୍ତି। ସେପଟେ ଜଣେ ବିଜେପି ନେତା ମଧ୍ୟ ପ୍ରସିଦ୍ଧ କବି ମୁନାୱରଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କେବଳ ହିନ୍ଦୁ ଧର୍ମର ଅପମାନ କରିନାହାନ୍ତି ବାଲ୍ମିକୀଙ୍କୁ ପୂଜା କରୁଥିବା ଲୋକଙ୍କୁ ମଧ୍ୟ ଅପମାନ କରିଛନ୍ତି। ସେ ରାମାୟଣର ରଚନା କରିଥିଲେ। ଏଥିପାଇଁ ଭାରତ ସର୍ବଦା ତାଙ୍କର ଋଣି ରହିବ। ମୁନାୱର ହିନ୍ଦୁମାନଙ୍କୁ ଆଘାତ ଦେଇଛନ୍ତି ବୋଲି ସେ କହିଛନ୍ତି।

ମୁନାୱର ରାଣା କହିଥିଲେ, ‘ବାଲ୍ମିକୀ ପ୍ରଥମେ କ’ଣ ଥିଲେ ଏବଂ ପରେ କ’ଣ ହୋଇଗଲେ। ସେହିପରି ୧୦ ବର୍ଷ ପରେ ତାଲିବାନୀମାନେ ମଧ୍ୟ ବାଲ୍ମିକୀ ପାଲଟିଯିବେ। ସେମାନେ ଏବେ ବଦଳି ଯାଇଛନ୍ତି। ତାଲିବାନୀମାନେ ମଧ୍ୟ ପୂର୍ବଭଳି ଆଉ ରହିବେ ନାହିଁ।’ ଏହାକୁ ନେଇ ଏବେ ବିବାଦ ଉଗ୍ର ରୂପ ନେଇଛି। ତାଙ୍କ ବିରୋଧରେ ବାଲ୍ମିକୀ ସମାଜ ଲିଖିତ ଅଭିଯୋଗ କରିଛି। ଜାମିନବିହୀନ ଧାରା ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କୁ ଜାମିନ ମିଳିପାରିବ ନାହିଁ। ଏଥିସହ ତାଙ୍କୁ ୩ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ