ବିଧାୟିକା ବନ୍ଧା ହେବେ କେବେ ?

ଅତାବିରା(ବଡ଼ ଖବର ବ୍ୟୁରୋ): ନେତାଙ୍କ ପାଇଁ ନାହିଁ କୋଭିଡ ନିୟମ । ନିୟମ ମାନିଲେନି ବୋଲି ସାଧୁଙ୍କୁ ଜେଲରେ ପୁରାଇଦେଲେ । ନେତାଙ୍କୁ କିନ୍ତୁ ସାତଖୁନ ମାଫ । କୋଭିଡ଼ ନିୟମ ମାନିଲେନି ବିଧାୟିକା । ସେ ପୁଣି ଶାସକ ଦଳର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଅତାବିରା ବିଧାୟିକା ତଥା ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ମହାମାରୀ କରୋନା ପାଇଁ ସାରା ରାଜ୍ୟ ଓ ଦେଶ କଲବଲ ହେଉଥିବା ବେଳେ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସରକାର ଅନୁରୋଧ କରୁଛନ୍ତି । ହେଲେ ବିଧାୟିକା ହଜାର ହଜାର ସମସର୍ଥକଙ୍କ ସହ ଭେଡ଼େନ ବ୍ଲକ ଥୁଆପାଲିଠାରେ ଶନିବାର ୫ ଲକ୍ଷ ଟଙ୍କାର ସୋଲାର ପାନୀୟଜଳ ପ୍ରକଳ୍ପ, ହାତୀପାଲିଠାରେ ୫ ଲକ୍ଷ ଟଙ୍କାର ସୋଲାର ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ସହ ରେଶମ କେନାଲ ରାସ୍ଥାର ଉନ୍ନତିକରଣ ପାଇଁ ଭୁମିପୂଜା କରି କୋଭିଡ଼ ଗାଇଡ଼ଲାଇନଙ୍କୁ ଭଙ୍ଗ କରିଛନ୍ତି । ଏହି ରାଲିରେ କାହା ମୁହଁରେ ମାସ୍କ ନଥିଲା କି କେହି ମାନୁନଥିଲେ ସାମଜିକ ଦୂରତା । ଜନସାଧାରଣ ମାସ୍କ ନ ପିନ୍ଧିଲେ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ଏଭଳି ସମାଗମରେ ପୋଲିସ ଉପସ୍ଥିତ ରହି ମଧ୍ୟ କେବଳ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା ।

ଏହାସହିତ ଏହି କାର୍ଯ୍ୟକ୍ରମରେ ଭେଡେନ ବିଡ଼ିଓ, ତହସିଲଦାର ଓ ଥାନାଧିକାରୀ ଉପସ୍ଥିତ ଥିଲେ ମଧ୍ୟ ବିଧାୟିକାଙ୍କ କୋଭିଡ଼ ଗାଇଡ଼ଲାଇନ ପାଳନ କରିବାକୁ କାହିଁକି ଅନୁରୋଧ କଲେ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ବିଧାୟିକାଙ୍କୁ ବ୍ଲକ ପ୍ରଶାସନର ଏତେ ଡର କାହିଁକି? ଜନସାଧାରଙ୍କ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ବିଧାୟିକାଙ୍କ ପାଇଁ ଅନ୍ୟ ଗୋଟିଏ ନିୟମ କାହିଁକି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ