Masthead

ରଜ ବଜାରରେ ରିଲିଜ ହେଲା ଓଡ଼ିଆ ସିନେମା ‘ପାବାର’ ।

କଟକ (ବଡ଼ ଖବର ବ୍ୟୁରୋ): କଟକର ସଙ୍ଗମ ପ୍ଲେକ୍ସ, ଭୁବନେଶ୍ୱର ସ୍ୱାତୀ ଓ ମହାରାଜା ସିନେମା ହଲ୍‌ରେ ବାବୁସାନ ଫିଲ୍ମ ପ୍ରଡକ୍ସନର ‘ପାବାର’ ସିନେମାର ପ୍ରିମିୟର ଶୋ ରିଲିଜ୍  ହୋଇଛି । ଏହି ସିନେମା ଟି ରାଜ୍ୟର ୫୦ଟି ସିନେମା ହଲ୍‌ରେ  ମୁକ୍ତିଲାଭ କରିଛି ।  ୮ ବର୍ଷ ପରେ ଦର୍ଶକ ଦେଖିଲେ ବାବୁସାନ ଓ ଏଲିନାଙ୍କ ଯୋଡ଼ିକୁ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପାବାରର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍ ସୁପର୍ଷ୍ଟାର୍ ବାବୁସାନ ଓ ପ୍ରତିଭାମୟୀ ଅଭିନେତ୍ରୀ ଏଲିନା । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ଅଭିନେତ୍ରୀ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ସୋମୁ, ବବି ମିଶ୍ର, ପପୁ ପମ୍ପମ୍, ଙ୍କୁ ଦେଖିବାକୁ ମିଳିଛି । ଏକ ସତ୍ୟ ଘଟଣାକୁ ନେଇ ତିଆରି ହୋଇଛି ଫିଲ୍ମ ‘ପାବାର’ । ପଲିଟିକାଲ ଡ୍ରାମା ସାଙ୍ଗକୁ ଫିଲ୍ମରେ ରହିଛି ଭରପୂର କମେଡ଼ି । କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ରଜ ବଜାରରେ ଦର୍ଶକ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଷ୍ଟାରକାଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ