ରଜ ବଜାରରେ ରିଲିଜ ହେଲା ଓଡ଼ିଆ ସିନେମା ‘ପାବାର’ ।

କଟକ (ବଡ଼ ଖବର ବ୍ୟୁରୋ): କଟକର ସଙ୍ଗମ ପ୍ଲେକ୍ସ, ଭୁବନେଶ୍ୱର ସ୍ୱାତୀ ଓ ମହାରାଜା ସିନେମା ହଲ୍‌ରେ ବାବୁସାନ ଫିଲ୍ମ ପ୍ରଡକ୍ସନର ‘ପାବାର’ ସିନେମାର ପ୍ରିମିୟର ଶୋ ରିଲିଜ୍  ହୋଇଛି । ଏହି ସିନେମା ଟି ରାଜ୍ୟର ୫୦ଟି ସିନେମା ହଲ୍‌ରେ  ମୁକ୍ତିଲାଭ କରିଛି ।  ୮ ବର୍ଷ ପରେ ଦର୍ଶକ ଦେଖିଲେ ବାବୁସାନ ଓ ଏଲିନାଙ୍କ ଯୋଡ଼ିକୁ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପାବାରର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍ ସୁପର୍ଷ୍ଟାର୍ ବାବୁସାନ ଓ ପ୍ରତିଭାମୟୀ ଅଭିନେତ୍ରୀ ଏଲିନା । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ଅଭିନେତ୍ରୀ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ସୋମୁ, ବବି ମିଶ୍ର, ପପୁ ପମ୍ପମ୍, ଙ୍କୁ ଦେଖିବାକୁ ମିଳିଛି । ଏକ ସତ୍ୟ ଘଟଣାକୁ ନେଇ ତିଆରି ହୋଇଛି ଫିଲ୍ମ ‘ପାବାର’ । ପଲିଟିକାଲ ଡ୍ରାମା ସାଙ୍ଗକୁ ଫିଲ୍ମରେ ରହିଛି ଭରପୂର କମେଡ଼ି । କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ରଜ ବଜାରରେ ଦର୍ଶକ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଷ୍ଟାରକାଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’