Masthead

ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ):  ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼ । କୋରାପୁଟ ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ହାତ ବାନ୍ଧି ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଆକ୍ରମଣରେ ୨ ଯୁବକ ଗୁରୁତର ଆହତ ହୋଇଛନ୍ତି। ସନ୍ଦିଗ୍ଧ ଦୁଇ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ କିଛି ପିଲା ଚୋରି ରାକେଟ ବନ୍ଧୁଗାଁ ଥାନା ଅଧିନସ୍ଥ ସନପୋଲମଣ୍ଡା ଗ୍ରାମକୁ ବିଳମ୍ବିତ ରାତ୍ରରେ ପହଞ୍ଚି ଗାଁ ମୁଣ୍ଡ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ ।

ଏହି ସମୟରେ ଗାଁ ର କିଛି ଲୋକେ ଦୁଇ ଜଣଙ୍କୁ ଯବକଙ୍କୁ ଧରିଥିବାବେଳେ ଅନ୍ୟମାନେ ଖସି ଯାଇଥିଲେ। ହାତ ବାନ୍ଧି ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ବନ୍ଧୁଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହି ଖବର ଚାରିଆଡେ ପ୍ରଘଟ ହେବା ପରେ ଅଞ୍ଚଳରେ ଏବେ କୋକୁଆ ଭୟ ଖେଳି ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ