Masthead

ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ

ତୁମୁଡ଼ିବନ୍ଧ, (ବଡ଼ଖବର ବ୍ୟୁରୋ): ୫୯ ନମ୍ବର ଜାତୀୟ ରାଜପଥ ବୁଦୁଲିପଦର ଘାଟିରୁ ଦୁଇଜଣ ଯୁବକଙ୍କ ମୃତଦେହ ତୁମୁଡ଼ିବନ୍ଧ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଦ୍ୱୟ ହେଲେ ସଂକଳ୍ପ ନାୟକ ଓ ତପନ ବେହେରା । ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଳାଗିରହିଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ସମୟରେ ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ କରିନାହିଁ । ଫଳରେ ମୃତ ଯୁବକଙ୍କ ପରିବାର ଲୋକେ ପୋଲିସର କାର୍ଯ୍ୟଧାରାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ମୃତ ଯୁବକଙ୍କ ପରିବାର ଲୋକେ ଓ  ଜନସାଧାରଣ ନିରପେକ୍ଷ ତଦନ୍ତ ଦାବିରେ ତୁମୁଡିବନ୍ଧ ମେଡିକାଲ ନିକଟ ରାସ୍ତା ଅବରୋଧ କରି ବସିଛନ୍ତି । ନ୍ୟାୟ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ଆଣୁଥିବା ଗାଡ଼ିକୁ ଲୋକେ ଅଟକ ରଖି ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରଫ ଉପସ୍ଥିତ ରହିଥିବା ବେଳେ ଉଭୟ ପାର୍ଶ୍ଵରେ ଏକାଧିକ ଯାନବାହନ ଅଟକି ରହିଛି ।

ମୃତ୍ୟୁର ସମୟ ଏବଂ କାରଣ ଅସ୍ପଷ୍ଟ ଓ ରହସ୍ୟମୟ ହୋଇ ରହିଛି । ବାଲିଗୁଡା ପଟୁ ସଂକଳ୍ପ ଓ ତପନ ନିଜ ଘର ତୁମୁଡିବନ୍ଧକୁ ଶୁକ୍ରବାର ଆସୁଥିଲେ । ତେବେ ଲୋକେ ଘଟଣାସ୍ଥଳରୁ ଶବ ଉଠାଇବା ସମୟରେ ମୃତ ଯୁବକ ଦୁହିଁଙ୍କ ମୋବାଇଲ କିମ୍ବା ମନିପର୍ସ ମିଳିନଥିବା ପୋଲିସ ସୂଚନା ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ