ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

କୋକସରା(ବଡ଼ ଖବର ବ୍ୟୁରୋ) କେନାଲ ନାହିଁ । ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି । ଭଲ ବର୍ଷା ହେଲେ ଫସଲ ଭଲ ହୁଏ, ନହେଲେ ନାହିଁ । ଏବେ ଧାନ ଅମଳ ସମୟରେ ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତର ସରଧାପୁର ଗ୍ରାମରେ। ଧାନକ୍ଷେତକୁ ଏକ ନୂତନ ଧରଣର ରୋଗ ବିପିଏଚ୍ ଧରିଛି । କେଣ୍ଡାର ଧାନକୁ ଲାଲ କରିବା ସହ ଧାନକୁ ସଂପୂର୍ଣ୍ଣ ଫମ୍ପା କରିଦେଉଛି । ଏଭଳି ବହୁ ବହୁ ଚାଷୀ ଅଭିଯୋଗ କରିବା ପରେ କୃଷି କର୍ମଚାରୀ ଭକ୍ତ ମାଝି ଧାନକ୍ଷେତ ପରିଦର୍ଶନ କରିଥିଲେ । ନିରାକରଣ ପାଇଁ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇବେ ବୋଲି କୃଷି କର୍ମଚାରୀ ଭକ୍ତ ମାଝି ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀ ଧର୍ମୁ ସିଂହ, କିଶୋର ସିଂହ, ଭକଚନ ସଂହ, ଶ୍ୟାମ ଲାଲ ପ୍ରମୁଖଙ୍କ ସହ କୃଷି କର୍ମଚାରୀ ଭକ୍ତ ମାଝି ଆଲୋଚନା ମଧ୍ୟ କରିଛନ୍ତି ।

ଚାଷୀମାନେ ସରକାର ଓ ବିଭିନ୍ନ ମାଲିକମାନଙ୍କ ଠାରୁ ଋଣ କରି ଚାଷ କରିଥିବା କହିଛନ୍ତି । ବର୍ତ୍ତମାନ ପୋକ ଲାଗି ୫୦ ପ୍ରତିଶତ ନଷ୍ଟ ହୋଇଗଲାଣି । ଏବେ ଘରିଛି ଚାଷୀଙ୍କୁ ଋଣ ପରିଶୋଧ ଚିନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’