Masthead

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା। ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ।  ନୋ ଫ୍ଲାଇଂ ଜୋନ୍‌ରେ ଉଡିଲା ଡ୍ରୋନ୍। ବଡ଼ଦେଉଳ ଉପରେ ପଇଁତରା ମାରିଲା ଡ୍ରୋନ୍। ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଏକ ଅଜଣା ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ  ଠାବ କରିପାରିନାହିଁ । ମାର୍କେଟ ଛକରୁ  ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ମାରିଛି ପଇଁତରା । ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ କରାଯାଇଥିବା ଅନୁମାନ କରାଯାଉଛି । ପୁରୀ ପୁଲିସ ଏହାର ତଦନ୍ତ କରିବାକୁ ଦାବି ଉଠିଛି । ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ  ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ଯୁବକ । ତେବେ ବାରମ୍ବାର ଏଭଳି କାହିଁକି ଘଟୁଛି ଏହାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୁରୀବାସୀ ।

ଅନ୍ୟପଟେ ବୁଧବାର ଗୁପ୍ତ କ୍ୟାମେରା ଥିବା ଚଷମା ପିନ୍ଧିଥିବା ଯୁବକଙ୍କୁ ପୁଲିସ ଅଟକ ରଖି  ପଚରାଉଚରା କରିବା ପରେ ତାଙ୍କ  ନାମରେ ମାମଲା ରୁଜୁ କରିଛି । ଏହି  ବ୍ୟକ୍ତି ଜଣକ ହେଲେ କୋଲକାତାର  ଅରୂପ ରାୟ(୩୧) ବୋଲି ଜଣାପଡିଛି। ବୁଧବାର  ଦିନ ପ୍ରାୟ ୧୧ଟା ୪୫ରେ ସେ  ଜଗମୋହନସ୍ଥିତ ଭିତରକାଠ ପାଖରେ  ପରିବାର ସହ ଠାକୁର ଦର୍ଶନ କରିବା  ସହ ଏହାର ଫଟୋ ଉଠାଉଥିଲେ । ସନ୍ଦେହ ହେବାରୁ ଏଠାରେ ଉପସ୍ଥିତ ଜଣେ ଜେଟିପି ତାଙ୍କୁ ଚଷମାକୁ ନିରେଖି ଚାହିଁଥିଲେ । ଯାହାପରେ ଚଷମାରେ ଗୁପ୍ତ କ୍ୟାମେରା ଥିବା ଦେଖିବାକୁ ପାଇବା ପରେ ତାଙ୍କୁ ଗାରଦକୁ  ନେଇଥିଲେ । ପରେ ତାଙ୍କୁ ପୁଲିସ ହାତରେ ଦିଆଯାଇଥିଲା । ସିଂହଦ୍ୱାର ଥାନାକୁ ଉକ୍ତ ବ୍ୟକ୍ତିଙ୍କୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଯେଉଁଥିରେ ସମ୍ପୃକ୍ତ ଶ୍ରୀମନ୍ଦିର ଭିତରେ ବହୁ ଫଟୋ ଉଠାଇଥିବା ପୁଲିସ  ଜାଣିବାକୁ ପାଇଥିଲା । ଯାଞ୍ଚ ପାଇଁ ତାଙ୍କ ଚଷମା ଏବଂ ମୋବାଇଲ୍‌ ଫାନ୍‌ ଜବତ କରାଯାଇଛି ।

ଫଟୋଗୁଡ଼ିକ ଉଠାଯିବା ପରେ କେଉଁଠି ଷ୍ଟୋର ହୋଇଛି ସେନେଇ  ପୁଲିସର ଫୋରେନସିକ୍‌ ଟିମ୍‌ ଯାଞ୍ଚ କରିବ ବୋଲି ଏସ୍‌ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା ୩୦ ଅନୁଯାୟୀ ତାଙ୍କ  ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ନେଇ ଏସ୍‌ପି ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି । ଏହା ଏକ ରେକର୍ଡିଂ ଡିଭାଇସ୍‌ ବୋଲି ଚିହ୍ନଟ କରିଛି  ପୁଲିସ । ଏହି ବ୍ୟକ୍ତି ଗତକାଲିଠାରୁ ଆସି ଏକ ହୋଟେଲରେ ରହୁଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର ଭିତରେ କ୍ୟାମେରା ଯୁକ୍ତ ଚଷମା ନେଇ ଭିତରକୁ  ପଶିଥିଲେ । ଭିତରକାଠ ପାଖରେ ବାରମ୍ବାର କ୍ୟାମେରାକୁ ଟେକାପକା କରିବାରୁ ଜେଟିପିଙ୍କ ସନ୍ଦେହ ଆସିଥିଲା । ବିଗତ ୨୦ ଦିନ ଭିତରେ ଏହା ୪ର୍ଥ ଘଟଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ