ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ ହୋଇଛି । ଏହି ଘୋଡାର ନାମ ବିଗ୍ ଜେକ । ବୟସ ୨୦ । ବିଗ୍‌ ଜେକ୍‌ ସ୍ମୋକି ହୋଲ୍ ଫାର୍ମରେ ରହୁଥିଲା।

ଫାର୍ମର ମାଲିକ ଜେରୀ ଗିଲବର୍ଟଙ୍କ ପତ୍ନୀ ଭାଲିସିଆ ଗିଲବର୍ଟ କହିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ବିଗ୍ ଜେକର ମୃତ୍ୟୁ ହୋଇଥିଲା । ଗଣମାଧ୍ୟମରେ ଏହି ଖବର ବହୁ ପରେ ପ୍ରଚାର ହୋଇଥିଲା ।

ବିଗ୍ ଜେକର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ୍‌ ଥିଲା। ତାର ଓଜନ ପ୍ରାୟ ୧୧୩୬ କିଲୋଗ୍ରାମ ଥିଲା। ବିଶ୍ୱର ସବୁଠାରୁ ଉଚ୍ଚ ଓ ଜୀବନ୍ତ ଘୋଡା ଭାବରେ ୨୦୨୦ରେ ‌ବିଗ୍‌ ଜେକ୍‌ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲା । ବିଗ୍ ଜେକେ ଜନ୍ମ ନେବରାସ୍କାରେ ହୋଇଥିଲା ଏବଂ ଜନ୍ମ ସମୟରେ ତା’ର ଓଜନ ୧୦୯ କିଲୋଗ୍ରାମ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ