Masthead

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପୁଣି ବଢିଲା ତେଲ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଦରରେ ଲାଗିଲା ନିଆଁ । ଆଜି ପୁଣି ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଲଗାତର ଦର ବୃଦ୍ଧି ଯୋଗୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ମୁହାଁ ହୋଇଛି । ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ରହିଛି ୧୦୯ ଟଙ୍କା ୬୧ ପଇସା । ସେହିପରି ଡିଜେଲ ଦର ୧୦୬ ଟଙ୍କା ୨୨ ପଇସାରେ ପହଂଚିଛି ।

ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । କାଲିମେଳାରେ ଲିଟର ପ୍ରତି ଦର ୧୧୬ ଟଙ୍କା ହୋଇଛି । ଡିଜେଲ ଦର ମଧ୍ୟ ୧୧୨ଟଙ୍କା ଉପରେ ରହିଛି । ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୬୪ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୩୭ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୪୭ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୪୯ରେ ବିକ୍ରୟ ହେଉଛି । ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୪୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୧.୫୯ରେ କିଣା ଯାଉଛି । କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୧୨ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୦.୪୯ରେ ବିକ୍ରୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା