ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଛକାପଞ୍ଝା । ଏନସିପି ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ ସୁନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଛି । କିନ୍ତୁ ଅଜିତ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କୁ ବିଦା କରାଯାଇ ନୂଆ ସଭାପତି ଭାବେ ସୁନୀଲ ତଟକରେଙ୍କୁ ନିଯୁକ୍ତ କରାଯାଇଛି ବୋଲି ପ୍ରଫୁଲ୍ଲ ପଟେଲ କହିଛନ୍ତି।
ଆମକୁ ଅଯୋଗ୍ୟ ଘୋଷଣା କରିବା ଅଧିକାର କାହାରି ନାହିଁ ବୋଲି ପଟେଲ କହିଛନ୍ତି। ଜୟନ୍ତ ପାଟିଲ ଓ ଜିତେନ୍ଦ୍ର ଅୱଦଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆମେ ବାଚସ୍ପତିଙ୍କୁ ଆବେଦନ କରିଛୁ ବୋଲି ଅଜିତ ପାୱାର କହିଛନ୍ତି।