Masthead

ପଶୁଙ୍କ ପାଇଁ ଆମ୍ବୁଲାନ୍ସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶୁଙ୍କ ପାଇଁ ଆମ୍ବୁଲାନ୍ସ । ଏହା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କିନ୍ତୁ ସତ । ହିମାଚଳ ପ୍ରଦେଶର ପଶୁପାଳନ ବିଭାଗ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ୧୦୮ଢାଞ୍ଚାରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ। ପ୍ରତ୍ୟେକ ପଶୁ ଆମ୍ବୁଲାନ୍ସକୁ ଡ୍ରାଇଭର, ଡାକ୍ତର ଏବଂ ଫାର୍ମାସିଷ୍ଟ ପରିଚାଳନା କରିବେ ।

ଗୃହପାଳିତ ପଶୁ ମାଲିକମାନଙ୍କୁ ଘରୋଇ ପଶୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ଆମ୍ବୁଲାନ୍ସ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୧୦୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଦ୍ୱିତୀୟ ପର୍ୟ୍ୟାୟରେ ବେତନ ଏବଂ ଯାନବାହନ ମରାମତି ପାଇଁ କେନ୍ଦ୍ର ୯୦ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଆର୍ଥିକ ଅନୁଦାନ ଯୋଗାଇ ଦେବେ । ଏବେ ପଶୁମାନଙ୍କୁ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟକୁ ନେବାକୁ ପଡୁଛି । ଏଭଳି ପରିସ୍ଥିତିରେ ମାଲିକମାନଙ୍କୁ ଅତ୍ୟନ୍ତ କଷ୍ଟ କରିବାକୁ ପଡୁଛି । ହିମାଚଳ ପ୍ରଦେଶରେ ପଶୁ ଆମ୍ବୁଲାନ୍ସ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଯଦି ଗାଁର ଜଣେ କୃଷକ ପଶୁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ତୁରନ୍ତ ଗାଡ଼ି ପହଞ୍ଚିବ । ରାଜ୍ୟ ସରକାରୀ ଆକଳନ ଅନୁଯାୟୀ ପ୍ରାୟ ପଚିଶ ଲକ୍ଷ ପଶୁ ଅଛନ୍ତି। ସେମାନଙ୍କ ପାଇଁ ଏପର୍ୟ୍ୟନ୍ତ କୌଣସି ଆମ୍ବୁଲାନ୍ସ ସେବା ନାହିଁ । ରାଜ୍ୟ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଡାକ୍ତର ଅଜମର୍ ସିଂ ଡୋଗ୍ରା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସେବା ଲାଇନରେ ରାଜ୍ୟରେ ପଶୁ ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଛି। ଆମ୍ବୁଲାନ୍ସ କିଣିବା ପାଇଁ କେନ୍ଦ୍ର ସରକାର ଶତପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବେ। କର୍ମଚାରୀ, ଗାଡ଼ି ରକ୍ଷଣାବେକ୍ଷଣ ଓ ଦରମା ବାବଦ ଖର୍ଚ୍ଚର ୯୦ ପ୍ରତିଶତ କେନ୍ଦ୍ର ଓ ୧୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା