Masthead

ଏନଏସଓ ସହିତ କୌଣସି ଟ୍ରାଞ୍ଜାକ୍ସନ କରିନି ଭାରତ: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପେଗାସସକୁ ନେଇ ବିବାଦ ବଢ଼ୁଛି । ସଂସଦ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଛି । ଏହାମଧ୍ୟରେ ଏବେ ଏହାକୁ ନେଇ ଜବାବ ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ । ମନ୍ତ୍ରାଳୟ କହିଛି ଯେ, ଭାରତ ସରକାର ଏନଏସଓ ସହ କୌଣସି ପ୍ରକାର ବୁଝାମଣା କରିନାହାନ୍ତି । କୌଣସି ଟ୍ରାଞ୍ଜାକ୍ସନ ମଧ୍ୟ କରିନାହିଁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୁଲାଇ ୧୯ ତାରିଖରୁ ପେଗାସସ ରିପୋର୍ଟକୁ ନେଇ ବିବାଦ ଚାଲିଥିବା ବେଳେ ଏହାକୁ ନେଇ ପ୍ରଥମ ଥର ଟ୍ରାଞ୍ଜାକ୍ସନକୁ ନେଇ ଉତ୍ତର ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ ।

ତେବେ ସଂସଦରେ ଏହି ବିବାଦ ଜୋର ଧରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାକୁ ନେଇ ଆଲୋଚନା କରିବାକୁ ପ୍ରତ୍ୟାଖାନ କରିଥିଲେ । ଏହାଛଡ଼ା ଏହା ଗୋଟିଏ ପ୍ରସଙ୍ଗ ନୁହେଁ ତେଣୁ ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ।

ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିଛି। ଏହାକୁ ନେଇ ତମ୍ଭିତୋଫାନ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା