Masthead

ଏନଏସଓ ସହିତ କୌଣସି ଟ୍ରାଞ୍ଜାକ୍ସନ କରିନି ଭାରତ: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପେଗାସସକୁ ନେଇ ବିବାଦ ବଢ଼ୁଛି । ସଂସଦ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଛି । ଏହାମଧ୍ୟରେ ଏବେ ଏହାକୁ ନେଇ ଜବାବ ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ । ମନ୍ତ୍ରାଳୟ କହିଛି ଯେ, ଭାରତ ସରକାର ଏନଏସଓ ସହ କୌଣସି ପ୍ରକାର ବୁଝାମଣା କରିନାହାନ୍ତି । କୌଣସି ଟ୍ରାଞ୍ଜାକ୍ସନ ମଧ୍ୟ କରିନାହିଁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୁଲାଇ ୧୯ ତାରିଖରୁ ପେଗାସସ ରିପୋର୍ଟକୁ ନେଇ ବିବାଦ ଚାଲିଥିବା ବେଳେ ଏହାକୁ ନେଇ ପ୍ରଥମ ଥର ଟ୍ରାଞ୍ଜାକ୍ସନକୁ ନେଇ ଉତ୍ତର ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ ।

ତେବେ ସଂସଦରେ ଏହି ବିବାଦ ଜୋର ଧରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାକୁ ନେଇ ଆଲୋଚନା କରିବାକୁ ପ୍ରତ୍ୟାଖାନ କରିଥିଲେ । ଏହାଛଡ଼ା ଏହା ଗୋଟିଏ ପ୍ରସଙ୍ଗ ନୁହେଁ ତେଣୁ ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ।

ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିଛି। ଏହାକୁ ନେଇ ତମ୍ଭିତୋଫାନ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା