ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିର

ପୁରୀ (ବଡ଼ ଖବର ବ୍ୟୁରୋ): ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ । ‘Rediscover Lost Heritage’ ସଂସ୍ଥାର ଏକ ଚାରି ସଦସ୍ୟ ବିଶିଷ୍ଟ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଅବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଏହି ସଂସ୍ଥା ଦ୍ୱାରା ଅଧୁନା ରତ୍ନଚୀରା ନଦୀ ଅବବାହିକାର ପ୍ରତ୍ନତାତ୍ତ୍ଵିକ ସର୍ଭେ କରାଯାଉଛି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରଟି ରତ୍ନଚୀରା ନଦୀର ଉତ୍ପତ୍ତି ସ୍ଥଳରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ବିଗତ କିଛି ବର୍ଷଧରି ନଦୀ ଗର୍ଭର ଏହି ସ୍ଥାନରୁ ବହୁ ବଡ ବଡ ପ୍ରସ୍ଥର ଖଣ୍ଡ ବାହାରିଛି। ସେଥିମଧ୍ୟରୁ କିଛି ନଦୀ କୂଳରେ ପଡି ରହିଛି, ଆଉ କିଛି ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି।

ଅନୁସନ୍ଧାନକାରୀ ଦଳ ଏହି ସ୍ଥାନରେ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ଥର ଖଣ୍ଡ, ପଥର ଖୁଣ୍ଟି, ଭଗ୍ନ ଦ୍ୱାରବନ୍ଧ, ଅନେକ ଭଗ୍ନ ଶିଳାମୂର୍ତ୍ତି ଦେଖିବାକୁ ପାଇଥିଲେ। କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ଆଖଣ୍ଡଳମଣି ମନ୍ଦିର କାନ୍ଥରେ ମଧ୍ୟ ସ୍ଥାନିତ କରାଯାଇଛି।’Rediscover Lost Heritage’ ସଂସ୍ଥାର ପ୍ରୋଜେକ୍ଟ କୋଡିନେଟର ଦୀପକ ନାୟକ କହିଛନ୍ତି ଯେ ମନ୍ଦିରଟିର ଧ୍ବଂସାବଶେଷ ଭାର୍ଗବୀ ନଦୀର ମଧ୍ୟଭାଗ ତଥା ନଦୀକୂଳର ଆଖପାଖ ଅଞ୍ଚଳରେ ଇତସ୍ତତଃ ଭାବେ ପଡିରହିଛି। ନଦୀଶଯ୍ୟାରୁ କୂଳକୁ ସଂଯୋଗ କରୁଥିବା ଏକ ପାବଚ୍ଛ ଶ୍ରେଣୀରେ ପ୍ରାୟ ୧୨ରୁ ଅଧିକ ପୁରାତନ ମନ୍ଦିରର ଶିଳା ବ୍ୟବହାର କରାଯାଇଛି। ଅନେକ ଗୁଡିଏ ପୁରୁଣା ପଥର ସ୍ଥାନୀୟ ଅଧିବାସୀ ଗୃହନିର୍ମାଣ ପାଇଁ ନେଇଯାଇଛନ୍ତି। ଆମକୁ ଗୋଟିଏ ଭଗ୍ନ ଦ୍ୱାରବନ୍ଧର ଉପର ଅଂଶ ଦେଖିବାକୁ ମିଳିଲା, ଯେଉଁଥିରେ ଦେବୀ ଗଜଲକ୍ଷ୍ମୀଙ୍କର ଅତି ସୁନ୍ଦର ଭାବରେ ଖୋଦିତ ପ୍ରତିମା ଦେଖିବାକୁ ମିଳୁଛି। ଏହା ବ୍ୟତିତ ଅନେକ ସ୍ଥାନରେ ନାଗକନ୍ୟା ଓ ପୁଷ୍ପାଲତାର ଅପୂର୍ବ କାରୁକାର୍ଯ୍ୟ ମଧ୍ୟ ଦୃଷ୍ଟିଗୋଚର ହେଉଛି। ତେବେ ଏସବୁ କାରୁକାର୍ଯ୍ୟର ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ବୋଲି ଦୀପକ ନାୟକ କହିଛନ୍ତି ।

ଏହି ଅନୁସନ୍ଧାନର ନେତୃତ୍ବ ନେଇଥିବା ଐତିହାସିକ ଅନିଲ ଧିର କହିଛନ୍ତି, ଶୀଳାଖଣ୍ଡ ଗୁଡିକର ଏତେ ବୃହତ ଆକାରରୁ ଏହା ଅନୁମେୟ ଯେ ଏଠାରେ କୌଣସି ଛୋଟ ମନ୍ଦିର ନଥିଲା। ଏଠାରେ ଥିବା ମନ୍ଦିରର ଆକାର ମଧ୍ୟମ କିମ୍ବା ବୃହତ ଆକୃତିର ହୋଇପାରେ। ନଦୀକୂଳରେ ଥିବା କିଛି ପଥର ସ୍ଲାବର ଲମ୍ବ ୮ ଫୁଟର ଅଧିକ ଓ ମୋଟେଇ ୨ରୁ ୪ ଫୁଟ ଯାଏ ମପା ଯାଇଛି। ଏଗୁଡିକର ଓଜନ ଆନୁମାନିକ ଦେଢରୁ ଦୁଇ ଟନ ପର୍ୟ୍ୟନ୍ତ ହୋଇପାରେ। ନଦୀଗର୍ଭରୁ ଉଭୟ ବାଲିପଥର ଓ ମାଙ୍କଡାପଥର ବାହାରୁଛି। ପ୍ରସ୍ଥର ଖଣ୍ଡଗୁଡିକର ଉଭୟ ପାର୍ଶ୍ବରେ ସମାନ ଭାବରେ ଖୋଳା ଯାଇଥିବା ବଡ ବଡ କଣା ଦେଖାଯାଉଛି ।

ଏହି କଣା ମଧ୍ୟରେ ଲୁହାର ବନ୍ଧନୀ ଦ୍ୱାରା ପଥର ଯୋଡ଼େଇ ହୋଇଥିବା ଅନୁମାନ କରାଯାଇପାରେ। ଏପରି ଅନେକ ଗୁଡିଏ ପଥର ଖଣ୍ଡ ନଦୀରୁ ବାଲି ଉଠାଣ ସମୟରେ କ୍ଷୟ ପ୍ରାପ୍ତ ହୋଇ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ଏହି ସ୍ଥାନରୁ ପ୍ରାପ୍ତ ଅନେକ ପୁରାତନ ମୂର୍ତ୍ତି ଆଖପାଖର ମନ୍ଦିରମାନଙ୍କରେ ସ୍ଥାନିତ ହୋଇ ପୂଜିତ ହେଉଛନ୍ତି। ଗ୍ରାମବାସୀମାନେ ଅନୁସନ୍ଧାନକାରୀ ଦଳକୁ ଏହି ସ୍ଥାନରୁ ମିଳୁଥିବା ଅନେକ ଗୁଡିଏ ପୁରୁଣା ପଇସା, ଭଙ୍ଗାପାତ୍ର ଓ ଛୋଟ ଛୋଟ ପୁରୁଣା ଅଳଙ୍କାର ଦେଖେଇଥିଲେ। ମନ୍ଦିରର ପ୍ରକୃତ ଇତିହାସ ଜାଣିବାକୁ ହେଲେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। କିନ୍ତୁ ଏହା ନିଶ୍ଚିତ ଯେ ଭାର୍ଗବୀ ନଦୀର ଗତିପଥ ପରିବର୍ତ୍ତନ ହିଁ ମନ୍ଦିରଟି ଭାଙ୍ଗି ପଡିବାର ମୁଖ୍ୟ କାରଣ। ତେବେ ରତ୍ନଚୀରା ନଦୀ ଅବବାହିକାର ସମ୍ପୁର୍ଣ୍ଣ ୬୦କିଲୋମିଟର ବ୍ୟାପି ଅଂଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଆବଶ୍ୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ