ଖଲ୍ଲିକୋଟ ହିଂସାକାଣ୍ଡ; ପୋଲିସ ଗାଡ଼ିକୁ ବୋତଲ ପଥର ମାଡ଼

ଖଲ୍ଲିକୋଟ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ସମୟରେ ଅଶାନ୍ତ ହେଉଛି ଖଲ୍ଲିକୋଟ । ଖଲ୍ଲିକୋଟ ହିଂସାକାଣ୍ଡ ଘଟଣାରେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଗାଁ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କଲେ ଗ୍ରାମବାସୀ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି । ଗତକାଲି ପୋଷ୍ଟର ମାରିବାକୁ ନେଇ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି । ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି । ପୋଲସରା ତୋଟାସାହିର ଜଣଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ