Masthead

ବଢ଼ୁଛି ଆନ୍ଧ୍ରର ଦାଦାଗିରି, କୋଟିଆବାସୀଙ୍କ ଆଧାରକାର୍ଡ ବଦଳାଇଦେଲା ଆନ୍ଧ୍ର

ସେମିଳିଗୁଡ଼ା(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆରେ ଆନ୍ଧ୍ରର ଦାଦାଗିରି କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏବେ ସେଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତାଲିଛି ଆଧାରକାର୍ଡ ପ୍ରସ୍ତୁତ । ଓଡ଼ିଆରେ ଲେଖାଥିବା କୋଟିଆବାସୀଙ୍କ ଆଧାରକାର୍ଡକୁ କୋଟିଆବାସୀଙ୍କୁ ଆନ୍ଧ୍ରର ଅଫିସରମାନେ ବଦଳାଇ ତେଲୁଗୁରେ ପ୍ରସ୍ତୁତ କରୁଛନ୍ତି । ତେଲୁଗୁ ଲେଖାଥିବା ଆଧାରକାର୍ଡ ନେବା ପାଇଁ ଆନ୍ଧ୍ର ଅଫିସରମାନେ କୋଟିଆବାସୀଙ୍କୁ ବାଧ୍ୟ କରୁଛନ୍ତି । କୋଟିଆ ଗ୍ରାମପୁଞ୍ଜର ୨୧ଟି ରାଜସ୍ୱ ଗ୍ରାମ ଓ ୬ଟି ପଡାର ଲୋକମାନେ ଏବେ ୨ଟି ରାଜ୍ୟର ନାଗରିକ ।

ଲୋକଙ୍କ ପାଖରେ ଆନ୍ଧ୍ର ଓ ଓଡ଼ିଶାର ଭୋଟରକାର୍ଡ ସହିତ ରାସନକାର୍ଡ ମଧ୍ୟ୍ ରହିଛି । ଗୋଟିଏ ଓଡ଼ିଆରେ ଅନ୍ୟଟି ତେଲୁଗୁରେ । ସେମାନେ ଏବେ ଉଭୟ ରାଜ୍ୟର ପାଇଁ ଭୋଟ ଦେବେ । ସେଠାରେ ଅଛନ୍ତି ୨ଟି ଲେଖାଁ ସରପଞ୍ଚ ଓ ନାୟବ ସରପଞ୍ଚ । କୋଟିଆରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ଯୋଜନା କାର୍ୟ୍ୟକାରୀ ହେଉଛି । ଏବେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି । ସେଇଟା ହେଲା ଆଧାରକାର୍ଡ ସମସ୍ୟା । ଆଧାରକାର୍ଡକୁ ନେଇ ପୁଣି ଦୁଇ ରାଜ୍ୟ ମଧ୍ୟରେ ଲଢେଇ ଚାଲିଛି । ଓଡ଼ିଆରେ ଲେଖା ହୋଇଥିବା ଆଧାରକାର୍ଡକୁ ତେଲୁଗୁ ଭାଷାରେ ଆନ୍ଧ୍ର ପ୍ରସ୍ତୁତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ?