Masthead

‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ସାରା ରାତି ଆକ୍ରମଣ ଜାରି ରହିଛି । ଯୁଦ୍ଧ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଇରାନର ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି । ଇରାନ ସରକାର ୪୮ ନେତାଙ୍କ ମୃତ୍ୟୁ ହୋଇଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି । ସାମରିକ ହାର୍ଡୱେର କ୍ଷତି ବ୍ୟତୀତ, ଟ୍ରମ୍ପ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲର ବୋମାବର୍ଷଣରେ ଅତି କମରେ ୪୮ ଜଣ ଇରାନୀ ନେତା ନିହତ ହୋଇଛନ୍ତି । ଏହାରି ଭିତରେ ଇରାନ ଆଲୋଚନା ପାଇଁ ରାଜି ହୋଇଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି । ସେପଟେ ଇରାନର ଆମ୍ରକଣରେ ଇସ୍ରାଏଲ, ୟୁଏଇ, ସାଉଦି ଆରବ ସହ ଗଲ୍ଫ ଦେଶରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ଇରାନର ଆକ୍ରମଣରେ ୩ ଆମେରିକା ଯବାନଙ୍କ ମୃତ୍ୟୁ ହୋଇଛି ।

ଇରାନ ଏବଂ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମରେ ମିଡିଲ ଇଷ୍ଟ ଜଳୁଛି । ଇରାନ ତାର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହରାଇ କ୍ରୋଧିତ ହୋଇ ପ୍ରତିଶୋଧ ପରାୟଣ ହୋଇଛି । ଆମେରିକା ସମେତ ଅନେତ ଦେଶକୁ ଟାର୍ଗେଟ କରିଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଇରାନକୁ ଚେତାବନୀ ଦେଇଛନ୍ତି । ଇରାନ୍ ସେନାକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଅସ୍ତ୍ର ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ । ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ ।

ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି । ୫୦ ବର୍ଷ ଧରି ଏମାନେ ଆମେରିକା, ଇସ୍ରାଏଲ୍ ଉପରେ ଆକ୍ରମଣ କରି ଚାଲିଥିଲେ । ଏମାନେ ବିଶ୍ୱ ଆତଙ୍କବାଦର ପ୍ରଥମ ରାଷ୍ଟ୍ର ପ୍ରାୟୋଜକ । ଇରାନର ୯ଟି ଜାହାଜ ସହ ସେମାନଙ୍କ ନୌସେନା ବିଲ୍ଡିଂକୁ ଧ୍ବଂସ କରିଛୁ । ଖାମେନେଇଙ୍କ ମୃତ୍ୟୁ ପରେ ଇରାନବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଯୁଦ୍ଧ ଅଭିଯାନ ଜାରି ରହିଛି, ଉଦ୍ଦେଶ୍ୟ ହାସଲ ନ ହେବା ଯାଏଁ ଜାରି ରହିବ । ପରମାଣୁ ଅସ୍ତ୍ର ରଖିବାକୁ ଆମେ ଇରାନକୁ କଦାପି ଅନୁମତି ଦେବୁନାହିଁ ।

ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ ଯେ,”ଇରାନ ଉପରେ ଏପରି ଶକ୍ତି ଦ୍ୱାରା ଆକ୍ରମଣ କରାଯିବ ପୂର୍ବରୁ କେବେ ଦେଖିନଥିବ । ଆଜି ସେ ପୁଣି କହିଛନ୍ତି, ଇରାନ ରେଭଲ୍ୟୁସନାରୀ ଗାର୍ଡ, ଇରାନ ସାମରିକ ବାହିନୀ ଏବଂ ପୁଲିସ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ମୃତ୍ୟୁ ନିଶ୍ଚିତ ।  ସଦ୍ୟ ଆକ୍ରମଣକୁ ଯଥାର୍ଥ ଦର୍ଶାଇ ଟ୍ରମ୍ପ କହିଛନ୍ତି, ଏହା ଠିକ୍ ଏହା ଦରକାର ଥିଲା । ଗତ ୫୦ ବର୍ଷ ହେବ ଆମେରିକା ଭୟରେ ବଞ୍ଚିଛି । ୫୦ ବର୍ଷ ହେବ ଆମେରିକା ଓ ଇସ୍ରାଏଲର ମୃତ୍ୟୁ ହେବ ନାରା ଦେଇ ଆକ୍ରମଣ କରିଆସିଛି ଇରାନ । ସେମାନେ ବିଶ୍ୱକର ଆତଙ୍କବାଦର ଏକ ନମ୍ବର ରାଷ୍ଟ୍ର ପ୍ରାୟୋଜକ । ମୁଁ ପୁଣି ଥରେ କହୁଛି ରିଭଲ୍ୟୁସନାରୀ ଗାର୍ଡ, ଇରାନ ସେନା ଏବଂ ପୁଲିସ ଅସ୍ତ୍ରଶସ୍ତ୍ର ଛାଡି ସମର୍ପଣ କରନ୍ତୁ ନଚେତ୍‌ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର