Masthead

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଦୋଳପୂର୍ଣ୍ଣିମାରେ ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ । ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୬ଟା ୨୦ ମିନିଟ୍‌ରୁ ହେଲା ପାକ ତ୍ୟାଗ ଅର୍ଥାତ ହାଣ୍ଡିଛାଡ଼ । ସନ୍ଧ୍ୟା ୬ଟା ୪୭ ମିନିଟ୍‌ରେ ସର୍ବମୋକ୍ଷ ହୋଇଛି । ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ କରାଯିବ । ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପାଞ୍ଜିରେ ପରାମର୍ଶ ଦିଆଯାଇଛି ।ତେବେ ବୃଦ୍ଧ, ଶିଶୁ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ଲାଗିବନି ଏହି କଟକଣା ।

ସନ୍ଧ୍ୟା ୬ଟା ୫୦ ମିନିଟ୍ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନ ଗ୍ରହଣ କରିହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳନୀତି ଏଥର ରାତିରେ ଅନୁଷ୍ଠିତ ହେବ । ଆଜି ଦୋଳପୂର୍ଣ୍ଣିମାରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାବାହୁ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ରାତିରେ ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ । ହେଲେ ଗ୍ରହଣ ପାଇଁ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଓ ମହାପ୍ରସାଦ ସେବନରୁ ଭକ୍ତମାନେ ବଞ୍ଚିତ ହେବେ । ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦ୍ବନ୍ଦ୍ବ ଦେଖାଦେଇଛି । ସେଥିପାଇଁ ଗ୍ରହଣ ଛାଡ଼ିବା ପରେ ଦୋଳନୀତି କରିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା