Masthead

ଭାରତୀୟ ବାୟୁ ସେନାକୁ ଅନିଲଙ୍କ କ୍ଷମା ପ୍ରାର୍ଥନା, କାହିଁକି ପଢ଼ନ୍ତୁ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତା ଅନିଲ କପୁରଙ୍କ ଆଗକୁ ଆସିବାକୁ ଯାଉଛି ଫିଲ୍ମ ଏକେ ଭର୍ସେସ ଏକେ । ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ନିକଟରେ ସାମ୍ନାକୁ ଆସିଥିଲା । ଏଥିରେ ଅନିଲ କପୁରଙ୍କୁ ଭାରତୀୟ ବାୟୁ ସେନାର ଅଫିସର ପୋଷାକରେ ଦେଖିବାକୁ ମିଳିଥିଲା । ଅନିଲଙ୍କ ଏହି ଟ୍ରେଲର ଦେଖି ଭାରତୀୟ ବାୟୁ ସେନା ତରଫରୁ ଅନିଲଙ୍କୁ ତାଙ୍କ ଫିଲ୍ମର କିଛି ସିନ୍ କାଟିବାକୁ ଅନୁରୋଧ କରି ଟ୍ୱିଟ କରିଥିଲେ । କାରଣ ଅନିଲ ଟ୍ରେଲରରେ ଅଫିସର ପୋଷାକକୁ ସଠିକ ଭାବେ ପିନ୍ଧିନଥିଲେ ।ଏଥିସହ ସେ କିଛି ଖରାପ ଶବ୍ଦ ଉଚ୍ଚାରଣ କରୁଥିଲେ । ବାୟୁସେନାର ପୋଷକ ପ୍ରତି ଏହା ଅପମାନ ବୋଲି ଭାବି ତାଙ୍କୁ ଫିଲ୍ମର ସେହି ସିନ କାଟିବାକୁ କୁହାଯାଇଥିଲା । ଏହି ଟ୍ୱିଟ ଦେଖିବା ପରେ ଅନିଲ କପୁର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସେ କ୍ଷମା ପ୍ରାର୍ଥନା କରୁଥିବାର ଦେଖାଯାଇଛି । ଏକେ ଭର୍ସେସ ଏକେ ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ବିକ୍ରମାଦିତ୍ୟ ମୋଟୱାନେ ଓ ଅନୁରାଗ କଶ୍ୟପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା