କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର(ବଡ଼ ଖବର ବ୍ୟରୋ):  ଚଳିତ ବର୍ଷ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ ଟ୍ରଫି ଓ ଲୋଗୋ ଉନ୍ମଚିତ କରିଛନ୍ତି । ଏହା ପୂର୍ବରୁ ଓଡିଶାରେ ହକି ବିଶ୍ୱକପ ଆୟୋଜନ ହେବା ନେଇ ସୂଚନା ମିଳିଥିଲା । କାରଣ ଆୟୋଜନ ଗୌହାଟୀ ଦୌଡ଼ରେ ଥିଲା । ଏହା ପରେ ଓଡିଶା ଓ ଲକ୍ଷେ୍ନø ସାମିଲ ହୋଇଥିଲା । ହେଲେ ଏବେ ଓଡିଶାରେ ବିଶ୍ୱକପ ଆୟୋଜନ ପାଇଁ ଦାୟିତ୍ୱ ପାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଓଡିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି । ୨୦୧୮ରେ ଆୟୋଜିତ ହୋଇଥିବା ସିନିଏର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚମ୍ପିୟାନ ହୋଇଥିଲା । ଏହି ବିଶ୍ୱକପ ପାଇଁ ୩ଟି ସହର ଧାର୍ଯ୍ୟ ହୋଇଥିଲା । ତେବେ ଓଡିଶା ଏଥିରେ ଆଗରେ ରହିଥିଲା ।

ଆଉ ଆଜି ପୁଣିଥରେ ଓଡିଶା ସରକାର ବିଶ୍ୱକପ ଭଳି ମେଗା ଇଭେଣ୍ଟ ଆୟୋଜନ କରିବାପାଇଁ ଆଗେଇ ଆସିଛନ୍ତି । ଜୁନିୟର ମହିଳା ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ । ଏପଟେ ଉଭୟ ପୁରୁଷ ଓ ମହିଳା ହକି ବିଶ୍ୱକପ ପାଇଁ ଦୌଡରେ ଆଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ଓହରି ଯାଇଥିଲେ । ଯାହା ପରେ ପୁରୁଷ ହକି ବିଶ୍ୱକପ ପାଇଁ ଭାରତ ଓ ମହିଳା ଜୁନିୟର ହକି ପାଇଁ ଦକ୍ଷିଣ ଆଫ୍ରିକାକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ସଫଳତାଭାବେ ଆୟୋଜନ ହୋଇଥିଲା । ତେବେ ଆଗକୁ ଓଡିଶାରେ ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!