Masthead

ଅଞ୍ଜନା ଗଣଦୁଷ୍କର୍ମ ମାମଲା:୨ଦିନିଆ ରିମାଣ୍ଡରେ ଯିବେ ବିବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ଝାରପଡ଼ା ଜେଲ ନେଇ ଘଟଣାସ୍ଥଳକୁ ଯିବେ । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରୁଣା ଘଟଣାର ସିନ ରିକ୍ରିଏସନ କରିପାରେ ସିବିଆଇ । ଏହା ସହିତ ବିବନକୁ ତା’ର ଘରକୁ ମଧ୍ୟ ସିବିଆଇ ନେଇପାରେ ବୋଲି ସୂଚନା ମିଳିଛି ।

ବିବନ ବିଷୟରେ ତା’ର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିପାରେ । ଏହି ୨ ଦିନିଆ ରିମାଣ୍ଡ ସମୟରେ ବିବନର ଡାକ୍ତରୀ ମାଇନା ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ବିବିନକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ ମଧ୍ୟ କରିପାରେ । ଗତକାଲି ଝାରପଡ଼ା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ଼ କରାଯାଇଥିଲା । ଟିଆଇ ପରେଡ଼ରେ ଅଞ୍ଜନା ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି । ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଓ ଅଞ୍ଜନା ସମ୍ନାସାମ୍ନି ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା