Masthead

ମତଦାନ କେନ୍ଦ୍ର ପାଲଟିଲା ରଣକ୍ଷେତ୍ର, ଭୋଟିଂ ବାଧାପ୍ରାପ୍ତ

ଭୁବନ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । କାମାକ୍ଷାନଗର ନିର୍ବାଚନମଣ୍ଡଳି ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ବୁଥରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ମତଦାନ ପାତରଅନ୍ତରକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା। ଅଞ୍ଚଳବାସୀ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଯାହାଫଳରେ ବୁଥ କବାଟ ବନ୍ଦ କରାଯାଇଥିଲା ।

ବୁଥ ଆଗରେ ସ୍ଥାନୀୟ ବାସିନ୍ଦା ପ୍ରିଜାଇଡିଂ ଅଫିସରଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବା ଦାବିରେ ନାରାବାଜି ଚାଲିଥିଲା । ପରେ ଗଣ୍ଡଗୋଳ ଉଗ୍ର ରୂପର ନେଇଥିଲା । ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଖବର ପାଇ ଭୁବନ ଥାନାଧିକାରୀଣୀ ମନସ୍ମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବାର ଦେଖି ଗଣ୍ଡଗୋଳକାରୀ ଛତ୍ର ଭଙ୍ଗ ଦେଇଥିଲେ । ଥାନା ଅଧିକାରୀଣୀଙ୍କ ଉପସ୍ଥିତରେ ବୁଥ ଖୋଲାଯାଇ ପୁନର୍ବାର ଦୁଇ ଘଣ୍ଟା ପରେ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା