Masthead

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ଠାଏ ଠାଏ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା- ଉତ୍ତର ଆନ୍ଧ୍ର ମୁହାଁ ହୋଇଛି ଆଉ ଏକ ଲଘୁଚାପ । ତେବେ ଓଡ଼ିଶା ଉପରେ ଏହାର ଅଧିକ ପ୍ରଭାବ ନଥିବା ଜଣାପଡ଼ିଛି । କେବଳ ଊପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ ପ୍ରାଥମିକ ଆକଳନରେ କହିଛନ୍ତି ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ଫିଲିପାଇନସର ପଶ୍ଚିମରେ ଗଭୀର ଅବପାତର ରୂପ ନେବ ।

ଦକ୍ଷିଣ ଚୀନ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ପରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳକୁ ମୁହାଁଇବ । ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ବି ଏହାର ପ୍ରଭାବ ଅନୁଭୂତ ହେବ । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବଳଶାଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଏହା ଗୁଲାବ ପରି ଅପେକ୍ଷାକୃତ ଛୋଟ ବାତ୍ୟା ହେବ ବୋଲି ପ୍ରାଥମିକ ଆକଳନ କହୁଛି ।

ଆନ୍ଧ୍ରପ୍ରଦେଶର କାକିନାଡା ଓ ମଛଲିପାଟଣା ଭିତରେ ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଆସନ୍ତା ୧୦ ତାରିଖ ବେଳକୁ ସ୍ଥିତି ଆହରି ସ୍ପଷ୍ଟ ହେବ ଓ ବାତ୍ୟାର ପ୍ରଭାବ କେତେ ରହିବ ତାହା ଅଧିକ ଜାଣିହେବ ବୋଲି ସେ କହିଛନ୍ତି । ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୦ରୁ ୧୨ ତାରିଖ ଓଡ଼ିଶାରେ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗର ରେକର୍ଡ ଅନୁସାରେ କେନ୍ଦୁଝରରେ ଆଜି ୧୬ ମିଲିମିଟର ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ