Masthead

ଆଇନ ଭାଙ୍ଗିବାକୁ ପ୍ରତିଯୋଗିତା: ବିଜେଡି, କଂଗ୍ରେସ ପରେ ଏବେ ବିଜେପି

ବଂଶବୁଡ଼ା ମହାମାରୀ ବାଣ୍ଟୁଛନ୍ତି ନେତା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କୋଭିଡ-୧୯ରୁ ରକ୍ଷା ପାଇଁ ବିଶ୍ୱବ୍ୟାପୀ କଟକଣା ଲାଗୁ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରି ତାହାର କାର୍ଯ୍ୟକାରିତା ପାଇଁ ଲୋକସଭା ଓ ବିଧାନସଭାରେ ଆଇନ ବି ଆଣିଛନ୍ତି।  ଜନତାଙ୍କ ସୁରକ୍ଷା ପାଇଁ ଏହି ଆଇନକୁ ପାଳନ ତ ହେଉନି, ଖୋଲାଖୋଲି ଭଙ୍ଗାଯାଉଛି। ଆଇନ ଭାଙ୍ଗିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି ଏଠି। ତାହା ପୁଣି ଶିକ୍ଷିତ ଓ ଦାୟିତ୍ୱବାନ ରାଜନେତାମାନଙ୍କ ମଧ୍ୟରେ। ପ୍ରଥମେ ସ୍ୱର୍ଗଦ୍ୱାର ମଶାଣିରେ ବିଜେଡି ଆଇନକୁ ଭାଙ୍ଗିଲା। ବିଜେଡିର ଶିକ୍ଷିତ, ଦାୟିତ୍ୱବାନ ମନ୍ତ୍ରୀ ଓ ବିଧାୟକ ତଥା ‘ସବୁ ଜାଣତା’ ବୋଲି ଦାବି କରୁଥିବା ଯୁବ ନେତାମାନେ ସାମାଜିକ ଦୂରତ୍ୱ ଭୁଲି ସ୍ୱର୍ଗତ ବିଧାୟକ ପ୍ରଦୀପ ମହରାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଚଢ଼ାଚଢ଼ି ହେଲେ।

ବିଜେଡିକୁ ବେଶ୍ କିଛି ବିରୋଧୀ ଆଙ୍ଗୁଳି ଦେଖାଇଲେ। ବିରୋଧ ବି କଲେ। ହେଲେ ସେହି ବିରୋଧୀମାନେ ବି ନିଜେ ଘୋଡ଼ାମୁହାଁ ବୋଲି ପରିଚୟ ଦେଇଥିଲେ। ମାତ୍ର ଦିନଟିଏ ପରେ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ସ୍ୱାଗତ କରିବାକୁ ଯାଇ ସାମାଜିକ ଦୂରତ୍ୱ ବ୍ୟବସ୍ଥାକୁ ଦଳିମକଚି ଦେଲେ କଂଗ୍ରେସିଆ। ଫୁଲତୋଡ଼ା ଦେବା ଓ ପ୍ରଭାରୀଙ୍କ ନିକଟତର ହେବାକୁ ଠେଲାପେଲା ଲାଗିଲା ରାଜ୍ୟନେତା ଓ କର୍ମୀଙ୍କ ମଧ୍ୟରେ। ଆଇନକୁ ସମସ୍ତେ ଭୁଲିଗଲେ। ଏପରିକି ବିଧାୟକମାନେ ବି ମାସ୍କ ପିନ୍ଧି ନ ଥିଲେ। ବାକି ଥିଲା ବିଜେପି। ସେ ବି ଆଇନକୁ ଏକାଥରକେ ଗିଳିଦେଲା। ଆଜି ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ୱାଗତ କରିବାକୁ ତାଙ୍କର ଶହଶହ ସମର୍ଥକ ପହଞ୍ଚିଥିଲେ। ଏହି ସମର୍ଥକମାନେ ଅପରାଜିତାଙ୍କୁ ସ୍ୱାଗତ କରିବା ବେଳେ ସବୁ କଟକଣାକୁ ଜାଳିପୋଡ଼ି ଖାଇଦେଲେ।

ଅପରାଜିତାଙ୍କ ନିକଟତର ହେବା ଓ ପୁଷ୍ପଗୁଚ୍ଛ ଦେବା ପାଇଁ ଗହଳି କରିଦେଲେ। ସ୍ୱର୍ଗଦ୍ୱାରରେ ବିଜେଡି ଆଇନକୁ ଭାଙ୍ଗୁଥିବା ବେଳେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲାପାଳ ଓ ଏସପି। ସେହିପରି କଂଗ୍ରେସ ଆଇନ ଭାଙ୍ଗିବା ବେଳେ ଉପସ୍ଥିତ ଥିଲେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ। ବିଜେପି ଆଇନ ଭାଙ୍ଗିବା ବେଳେ ବି ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ହେଲେ କାହାରି ପାଟିରୁ ପଦୁଟିଏ ବି ବାହାରିଲା ନାହିଁ। ଏଠି ଆଇନ ଭାଙ୍ଗିବା ଯେତିକି ସମ୍ବେଦନଶୀଳ ଆଇନ ରକ୍ଷାକାରୀମାନେ ଆଇନ ଭାଙ୍ଗୁଥିବା ଲୋକଙ୍କ ପ୍ରତି ନିରବ ସମର୍ଥନ ଦେବା ତାହାଠାରୁ ଅଧିକ ମାରାତ୍ମକ। ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳର ମନ୍ତ୍ରୀ, ଏମପି, ବିଧାୟକମାନେ ଆଇନକୁ ସମ୍ମାନ ଦେବା ପରିବର୍ତ୍ତେ ଆଇନକୁ ଭାଙ୍ଗି ବଂଶବୁଡ଼ା ରୋଗ ବାଣ୍ଟୁଛନ୍ତି। ଯଦି ସଂକ୍ରମଣ ବଢ଼ିଲା ଓ କାହାର ଜୀବନ ଗଲା, ତେବେ କେଉଁ ଦଳର ନେତା ଦାୟୀ ରହିବେ ବୋଲି ପ୍ରଶ୍ନ ଉଠୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି