Masthead

ଶୁଖିଲା ମୁହଁରେ ହସ ଫୁଟାଇଲା ବଡ଼ ଖବର

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): କରୋନା କାଳ । ପୁଣି ଲକଡାଉନ୍ । ଏହି ସମୟରେ ଲୋକମାନେ ରୋଜଗାର ହରାଇ ଘରେ ବସିଥିବା ବେଳେ ଲୋକଙ୍କ ଚ୍ୟାନେଲ ବଡ଼ ଖବର ଆରମ୍ଭ କରିଛି ତା’ର ବଡ଼ ପ୍ରୟାସ । ଭୋକର ଭୂଗୋଳ କୁହାଯାଉଥିବା ନଗଡ଼ାରେ ବଡ଼ ଖବର ସାମାଜିକ ଦାୟିତ୍ୱବୋଧକୁ ଗରୁତ୍ୱ ଦେବା ଓଡ଼ିଶାରେ ପ୍ରଥମ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅପପୃଷ୍ଟିର ଇଲାକା ନଗଡା଼, ନାଲିଆଡାବ କାଞ୍ଜିପାଳ, ଅଶୋକଝର, ବାଲିଆ ପ୍ରଭୃତି ଆଦିବାସୀ ଅଂଚଳରେ ଲୋକଙ୍କ ଚାନେଲ ବଡ଼ ଖବର ସୋମବାର ଠାରୁ ଆରମ୍ଭ କରିଛି ତାର ସାମାଜିକ ଦାୟତ୍ବବୋଧ ।

ରୋଜଗାର ହରାଇ ଘରେ ବସିରହିଥିବା ଆଦିବାସୀଙ୍କ ମୁହଁରେ ଚେନାଏ ହସ ଦେଖବା ପାଇଁ ବଡ଼ ଖବର ବାଣ୍ଟିଛି ଶୁଖିଲା ଖାଦ୍ୟ । ୫୦୦ରୁ ଅଧିକ ପରିବାରକୁ ଦିଆଯାଇଛି ଚାଉଳ, ଡାଲି, ଲୁଣ, ହଳଦୀ, ବିସ୍କୁଟ ପ୍ରଭୃତି । ଲୋକମାନେ ଚିରଟ ସମୟରେ ଘର ଦୁଆରେ ନିଜର ଆବଶ୍ୟକତା ପାଇ ବେଶ୍ ଖୁସ୍ । ବଡ଼ ଖବରର ଏହି ବଡ଼ ପ୍ରୟାସରେ ସହଯୋଗର ହାତ ବଢାଇଛନ୍ତି ସୁକିନ୍ଦାର ସର୍ତ୍ତାର ସ୍ମୃତି ସଂସଦ ଏବଂ କଳିଙ୍ଗନଗର ଲଏନ୍ସ କ୍ଲବ । ସ୍ୱେଚ୍ଛାସେବୀମାନଙ୍କ ଅବଦାନକୁ ଅଭାବୀ ମଣିଷମାନେ ଢେର ପ୍ରଶଂସା କରିଛନ୍ତି । ଲୋକ’ଙ୍କ ପାଇଁ କାମ କରିବାର ଶପଥ ନେଇଥିବା ୨୪ ଘଣ୍ଟିଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ୍ ବଡ଼ ଖବର ତାର ଦାୟତ୍ବକୁ ଠିକ୍ ଭବେ ନିର୍ବାହ କରୁଥିବା ସାଧାରଣ ଲୋକମାନେ କହିଛନ୍ତି । ଲକଡାଉନ୍ ଜାରି ରହିଥିବା ପର୍ଯ୍ୟନ୍ତ ବଡ଼ ଖବର ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ସୁକିନ୍ଦା ଅଂଚଳର ଆଦିବାସୀ ଇଲାକାରେ ଅଭାବୀ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଣ ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ