Masthead

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ହନିଟ୍ରାପ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଫିଲ୍ମ ପ୍ରଯୋଜନ ଅକ୍ଷୟ ପରିଜାଙ୍କ ପକ୍ଷରୁ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତଦନ୍ତରେ ସହଯୋଗ ଏବଂ ବାହାରକୁ ନଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ଟୋବର ୬ ତାରିଖରେ ଖଣ୍ଡଗିରି ଥାନା ପୋଲିସ ଅର୍ଚ୍ଚନାଙ୍କୁ ତାଙ୍କ ଘରୁ ଗିରଫ କରିଥିଲା । ଫିଲ୍ମ ପ୍ରଯୋଜନ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରିଥିବା ଥାନାରେ ଅଭିଯୋଗ ହୋଇଥିଲା ପରେ ଇଡି, ସିବିଆଇ ଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଅର୍ଚ୍ଚନାଙ୍କୁ ବାରମ୍ବାର ଜେରା କରାଯାଇଛି । ଅର୍ଚ୍ଚନା ଗୋଟିଏ ମାମଲାରୁ ଜାମିନ ପାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ