Masthead

ସିଦ୍ଧୁଙ୍କ ଇସ୍ତଫା ପରେ ଏବେ ଟ୍ରୋଲ୍ ହେଉଛନ୍ତି ଅର୍ଚ୍ଚନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପଞ୍ଚାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ୍ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଏବେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍ ସିଂ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍ । ସିଦ୍ଧୁଙ୍କ ଇସ୍ତଫା ପରେ ଅଚ୍ଚର୍ନା ଏବେ ଟ୍ରେଣ୍ଡ୍ ପାଲଟିଛନ୍ତି ଟ୍ୱିଟରରେ । ସବୁଠି ଏବେ ଖାଲି ତାଙ୍କର ଫଟୋ ଏବଂ ମିମ୍ସ । କେହିକେହି ୟୁଜର ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ଅର୍ଚ୍ଚନା ଅପସେଟ୍ ହୋଇ ଯାଇଥିବା ଟ୍ୱିଟ୍ କରୁଥିବା ବେଳେ କେହି କେହି ଅର୍ଚ୍ଚନାଙ୍କ କ୍ୟାରିୟର ସଂକଟରେ ଥିବା କହୁଛନ୍ତି । ଏପରିକି ସିଦ୍ଧୁ ପୁଣି ଥରେ କପିଲ୍ ଶର୍ମା ସୋ କୁ ଫେରିବେ ବୋଲି ସବୁଠି ଚର୍ଚ୍ଚା ହେଉଛି ।

ଏହା ପରେ ଅର୍ଚ୍ଚନା ପୂରଣ ସିଂଙ୍କୁ ବାହାର ରାସ୍ତା ଦେଖିବାକୁ ପଡିପାରେ ବୋଲି କିଛି ୟୁଜର୍ସ କମେଣ୍ଟ କରୁଛନ୍ତି । ଏହା ସହ ଆଉ କିଛି ଲୋକ କହୁଛନ୍ତି ଯେ ଏବେ ଅର୍ଚ୍ଚନାଙ୍କ ଚାକିରି ବିପଦରେ ଏବଂ ତାଙ୍କୁ ଏବେ ନୂଆ ଚାକିରି ଦରକାର । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ସିଦ୍ଧୁଙ୍କ ଇସ୍ତଫା ଯୋଗୁ ଟେନସନକୁ ଆସି ଯାଇଥିବା ଅର୍ଚ୍ଚନା ଜବ୍‌ ସାଇଟ୍‌ରେ ଆବେଦନ କରିବା ଆରମ୍ଭ କଲେଣି। ଅର୍ଚ୍ଚନା ଏବେ ରାହୁଲଙ୍କଠାରୁ ବି ଅଧିକ ଚିନ୍ତାରେ ରହିଛନ୍ତି।

ତେବେ ଥରେ ଅର୍ଚ୍ଚନା କହିଥିଲେ ଯେ, ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ତାଙ୍କ ଘରକୁ ଫୁଲଦାନୀ ଆସିବାକୁ ଲାଗିଲା। ସିଦ୍ଧୁ ଗଲେ, ଏବେ ଆପଣ ଆରାମରେ ଜଜ୍‌ ଆସନ ସମ୍ଭାଳନ୍ତୁ ବୋଲି କହି ବହୁ ଶୁଭେଚ୍ଛ ଏପରି ଫୁଲର ବର୍ଷା କରିବାକୁ ଲାଗିଥିଲେ। ଏପରିକି ସିଦ୍ଧୁଙ୍କ ଇସ୍ତଫା ପରେ ମଜାକ ମଜାକରେ ଅର୍ଚ୍ଚନା କହିଥିଲେ ଯେ, ଏବେ ତାଙ୍କ ଆସନ ସଙ୍କଟରେ। କାରଣ ସିଦ୍ଧୁ ସେଠାରୁ ଇସ୍ତଫା ଦେଇ କପିଲ ଶର୍ମା ଶୋ’କୁ ଆସିଗଲେ ତାଙ୍କୁ ବାହାର ରାସ୍ତା ଦେଖିବାକୁ ପଡ଼ିବ ।

ଖବର ଅନଚସାରେ, ସିଦ୍ଧୁ ବହୁ ଦିନ ପର୍ୟ୍ୟନ୍ତ କପିଲ ଶର୍ମା ଶୋ’ ଜଜ୍‌ କରିଥିବା ବେଳେ ଥରେ ପାକିସ୍ତାନକୁ ନେଇ ଦେଇଥିବା ଏକ ମନ୍ତବ୍ୟ ତାଙ୍କୁ ଭାରି ପଡ଼ିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିବା ବେଳେ ସିଦ୍ଧୁଙ୍କୁ ଏହି ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏହାପରଠୁ ଅର୍ଚ୍ଚନା ଏହି କୁର୍ସି ସମ୍ଭାଳି ଆସିଛନ୍ତି।
ଅର୍ଚ୍ଚନାଙ୍କୁ ଅନେକ ଦିନ ହେବ ଏହି ସୋ ରେ ନଜର ଆସୁଥିବା ବେଳେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ