Masthead

ହତ୍ୟା ପରେ ଆତ୍ମସମର୍ପଣ

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ଆସିକା ବ୍ଲକ ଵେଣାପାଟ ପଞ୍ଚାୟତ ନାହାଡା ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ। ମୃତ ମହିଳା ହେଲେ ନାହାଡା ଗାଁର ରୋହିତ ପ୍ରଧାନଙ୍କ ଝିଅ ନମିତା ପ୍ରଧାନ ଓରଫ ମୁନି ପ୍ରଧାନ। ଘଟଣା ପରେ ଗାଙ୍ଗପୁର ପୋଲିସ ସହ ଭଞ୍ଜନଗର ଅତିରିକ୍ତ ଏସ୍‌ପି ରଞ୍ଜନ ଦେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରାୟ ୧୧ ବର୍ଷ ତଳେ ନମିତା ସେହି ଗାଁର ରାଜେନ୍ଦ୍ର ବିଶ୍ୱାଳଙ୍କ ପୁଅ ଜଗା ବିଶ୍ୱାଳଙ୍କୁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ କୋର୍ଟ ମ୍ୟାରେଜ କରି ସୁରତ ଚାଲିଯାଇଥିଲେ । ତେବେ ସୁରତରେ ଜଗା ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି । ସ୍ୱାମୀ ଜେଲ ଯିବା ପରେ ନମିତା ନିଜ ଗାଁ ନାହାଡାକୁ ଫେରି ଆସି ଚାଷବାସ କରି ଜୀବନଯାପନ କରୁଥିଲେ । ତେବେ ଆଜି ଜଗା ସୁରତରୁ ଗାଁକୁ ଫେରିଥିବା ବେଳେ ଅପରାହ୍ନ ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଘଟଣା ଘଟିଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଜଗା ନିଜ ସ୍ତ୍ରୀ ନମିତାଙ୍କୁ ହତ୍ୟା କରିବା ପରେ ଗାଙ୍ଗପୁର ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା । ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭଞ୍ଜନଗର ଅତିରିକ୍ତ ଏସ୍‌ପି ରଞ୍ଜନ ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ପଚରାଉଚରା କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ପରେ ହିଁ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ