କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝରର ରୁଗୁଡି ଥାନା NH-୫୨୦ ବାରବାଙ୍କ ଘାଟିରେ ଭୂସ୍ଖଳନ। NH-୫୨୦ର ଗୋଟିଏ ପଟରେ ପଡି ରହିଛି ମାଟି ଅତଡା ଓ ପଥର । ଭଦ୍ରାସାହିରୁ କୋଇଡା ଯିବା ପଟ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ । ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ରୁଗୁଡ଼ି ଥାନା ଅନ୍ତର୍ଗତ NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ। ଗତ ରାତିରେ ରାଜପଥରେ ଗୋଟିଏ ପାର୍ଶ୍ୱର ଅଧା ଭାଗରେ ଧସି ପଡ଼ିଛି ମାଟି ଅତଡ଼ା। ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି। ସେପଟେ ବଡ଼ବିଲ ସହରରେ ପ୍ରବଳ ବର୍ଷା ହୋଇଛି। ଏଥି ଯୋଗୁଁ ବଡ଼ବିଲ ସହରର ପ୍ରମୁଖ ରାସ୍ତା ମାନଙ୍କରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ହୋଇନପାରି ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
Prev Post
Next Post
ଆଗକୁ ପଢନ୍ତୁ
