ଚାୟାଁପାଳ ଶକ୍ତିପୀଠରେ ବାସନ୍ତୀ ଦୁର୍ଗାପୂଜା, ଶ୍ରୀକ୍ଷେତ୍ରରୁ ପହଂଚିଲା ଆଜ୍ଞାମାଳ

ମାହାଙ୍ଗାବଡ଼ ଖବର ବ୍ୟୁରୋ):ଚାୟାଁପାଳ ଶକ୍ତି ପୀଠରେ ଚାଲିଛି ବାସନ୍ତୀ ଦୁର୍ଗାପୂଜା । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ନଦୀ ଅବବାହିକାରେ ଅବସ୍ଥିତ ଶାକ୍ତପୀଠ ଚାୟାଁପାଳ ଠାରେ ଦୀର୍ଘ ୩ ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାସନ୍ତୀ ଦୁର୍ଗା ଏବଂ ଶାରଦୀୟ ଦୁର୍ଗା ପୂଜା ବଙ୍ଗୀୟ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇଆସୁଛି । ମାଆଙ୍କ ଷଷ୍ଠୀ ତିଥିରେ ଶ୍ରୀକ୍ଷେତ୍ରରୁ ପ୍ରଭୁଙ୍କ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ନେଇ ମାଆଙ୍କ ପୀଠରେ ପହଂଚିବା ପରେ ଗ୍ରାମବାସୀମାନେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଭୁଙ୍କ ୩ ସେବକ ନବ ନିର୍ମିତ ମେଢ଼କୁ ଉଦଘାଟନ କରିଥିଲେ ।

ହଜାର ହଜାର ଶ୍ରଦ୍ଧାଳୁ ଜଗତ ଜନନୀ ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ଏକତ୍ରିତ ହେବା ଦେଖିବାକୁ ମିଳିଥିଲା । ଚାୟାଁପାଳ ବାସନ୍ତୀ ଦୁର୍ଗା ପୂଜାର ପ୍ରାଚୀନ ଇତିହାସ ଏବଂ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାପଣ୍ଡା ମାନେ ବହୁ ଉପାଦେୟ ଆଲୋଚନା କରିବା ଦେଖିବାକୁ ମିଳିଥିଲା । ଭାଇଚାରା, ସଦଭାବନା ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ନିଦର୍ଶନ ପାଲଟିଛି ଚାୟାଁପାଳର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ