Masthead

ଆସାମ ବାଲ୍ୟ ବିବାହ, ୪୯୪ ଦୋଷୀ ସାବ୍ୟସ୍ତ

ଆସାମ (ବଡ଼ ଖବର ବ୍ୟୁରୋ):  ଆସାମ ବାଲ୍ୟ ବିବାହ ମାମଲା । ୮୭୭୩ ଲୋକଙ୍କ ମଧ୍ୟରୁ ୪୯୪ ଦୋଷୀ ସାବ୍ୟସ୍ତ । ଯାହା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେିଛନ୍ତି । ଆସାମରେ ବାଲ୍ୟ ବିବାହ ଓ ପୋକ୍‌ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସାମ ବିଧାନସଭାରେ କଂଗ୍ରେସ ବିଧାୟକ ଅବଦୁର ରସିଦ ମଣ୍ଡଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶର୍ମା କହିଛନ୍ତି, ୨୦୧୭ରୁ ଫେବୃୟାରୀ ୨୦୨୩ ମଧ୍ୟରେ ପ୍ରାୟ ୮୭୭୩ ଲୋକଙ୍କ ନାଁରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(ପିସିଏମଏ) ଓ ଯୌନ ଅପରାଧରେ ଶିଶୁଙ୍କ ସଂରକ୍ଷଣ ଅଧିନିୟମ, ୨୦୧୨(ପୋକ୍‌ସୋ) ଆଧାରରେ ଅଭିଯୋଗ କରାଯାଇଛି । ଏଥିମଧ୍ୟରୁ ମୋଟ ୪୯୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୬,୧୭୪ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ୨୧ ବର୍ଷରୁ କମ ବୟସର ୧୩୪ ବାଳକ ଓ ୧୮ ବର୍ଷରୁ କମ ବୟସର ୨,୯୭୫ କନ୍ୟାଙ୍କ ବିବାହ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ