Masthead

ଅସ୍ତରଙ୍ଗ ଆଇଆଇସି ଫେରାର୍

ପୁରୀ (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ଆଇଆଇସି ଫେରାର୍ । କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ଫେରାର । ପରିସ୍ରା ବାହାନାରେ ଚମ୍ପଟ ମାରିଲେ ଆଇଆଇସି । ଅସ୍ତରଙ୍ଗ ଥାନା ଅଧିକାରୀଙ୍କ ଅପରାଧ ସାମ୍ରାଜ୍ୟ । କ୍ୟାପିଟାଲ ଥାନା ପୋଲିସକୁ ଚକମା ଦେଲେ ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆର ସିଂ। ଗଞ୍ଜେଇ ବେପାରୀଙ୍କ ସହିତ ଲିଙ୍କ ରଖି ଖସାଇବା ଓ ପରେ ଗଞ୍ଜେଇ ବେପାରୀର ହତ୍ୟା ହେବା ମାମଲାରେ ସମ୍ପୃକ୍ତ ଥିବାର ସୁରାଗ ପାଇଲା ପରେ ଜୟପୁର ପୋଲିସ ଏବେ ତନାଘନା କରୁଛି ।

ଭୁବନେଶ୍ୱର ସ୍ଥିତ ୟୁନିଟ ୨ ରେ ଥିବା ବାସ ଭବନରୁ ଉଠାଇ ନେଇଥିଲା କ୍ୟାପିଟାଲ ଥାନା ପୋଲିସ । ପରିସ୍ରା କରିବା ବାହାନାରେ ବାହାରକୁ ଆସି କୁଆଡେ ଫେରାର ହୋଇଯାଇଛନ୍ତି ପୋଲିସ ବାବୁ ଜଣଙ୍କ । ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଥିବା ହେତୁ ଆଗୁଆ ୫ ଦିନ ପାଇଁ ଜରୁରୀକାଳୀନ ଛୁଟି ମଧ୍ୟ ନେଇ ଯାଇଥିଲେ । ପୂର୍ବରୁ ଜୟପୁର ଟାଉନ ଥାନାରେ ସବ୍ ଇନ୍ସପେକ୍ଟର ଥିଲା ସମୟରେ ଗଞ୍ଜେଇ ବେପାରୀଙ୍କ ସହିତ ସିଧା ସଳଖ ଲିଙ୍କ ରଖିବା ଓ ପରେ ଏକ ଗଞ୍ଜେଇ ବେପାରୀର ହତ୍ୟା ହେବା ଘଟଣାରେ ଲିଙ୍କ ରଖିଥିବାର ସୁରାଗ ପାଇ କୋରାପୁଟ ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି ।

ପୋଲିସ ବାବୁଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଲା ପରେ ଭୁବନେଶ୍ଵର ଡିଜି ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆର ସିଂ କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ତଦନ୍ତ ସମ୍ପୂର୍ଣ ହେଲାପରେ ଯଦି ଘଟଣାର ସତ୍ୟତା ପ୍ରମାଣିତ ହୁଏ, ତେବେ ସିଧାସଳଖ ପଦବୀରୁ ବହିଷ୍କାର ମଧ୍ୟ କରିବେ ବୋଲି ନୋଟିସ କରିଛନ୍ତି । ଏବେ କ୍ୟାପିଟାଲ ପୋଲିସ ରାଜେଶ ବଳିଆରସିଂକୁ ଖୋଜୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ