Masthead

ପରିଚୟ ହରାଇଛି ଐତିହାସିକ ଗୁମ୍ଫା

ଲଇକେରା, (ବଡ଼ ଖବର ବ୍ୟୁରୋ): ଦେଶ ବିଦେଶର ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ପ୍ରାକୃତିକ ବିଭବକୁ ଛାଡ଼ି ଆଉ କିଛି ନାହିଁ । ମାତ୍ର ସରକାରଙ୍କ ଉଦ୍ୟମରେ ସେଭଳି ସ୍ଥାନ ବିକାଶର ଶୀର୍ଷରେ ପହଞ୍ଚି ପାରିଛି। ଉତ୍ତରାଞ୍ଚଳରେ ପାହାଡ଼, ଜଙ୍ଗଲକୁ ଛାଡ଼ି ଦେଲେ ଆଉ କିଛି ନାହିଁ। ମାତ୍ର ସେଠାକୁ ବର୍ଷସାରା ଦେଶର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ମେଘାଳୟରେ ଏପରି ଅନେକ ଗୁମ୍ଫାର ଉନ୍ନତି କରାଯାଇ ସେହି ଅଞ୍ଚଳକୁ ପର୍ଯ୍ୟଟନ‌ କ୍ଷେତ୍ର କରାଯାଇଛି ।
ଓଡ଼ିଶାରେ ମଧ୍ୟ ଏପରି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି । ଯାହା ଲୋକଲୋଚନଠାରୁ ବହୁ ଦୂରରେ । ଖଣି ଖାଦାନ ଓ ଶିଳ୍ପ କାରଖାନା ଯୋଗୁଁ ପରିଚୟ ସୃଷ୍ଟି କରି ପାରିଥିବା ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ଜଙ୍ଗଲ ନାହିଁ । ଜିଲ୍ଲାରେ ଅନେକ ପ୍ରାକୃତିକ ଓ ଐତିହାସିକ ସ୍ଥଳୀ ବିକାଶର ସ୍ୱପ୍ନ ଦେଖି ଦେଖି ନଷ୍ଟ ହେବାରେ ଲାଗିଛି ।

ଝାରସୁଗଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଗ୍ରାମରେ ଥିବା ‘ବାବାଡେରା ଗୁମ୍ଫା’ ଏଭଳି ଏକ ପ୍ରାକୃତିକ ସ୍ଥାନ, ଯାହା ପ୍ରକୃତି ପ୍ରେମୀଙ୍କୁ ଖୁବ୍‌ ଆକର୍ଷିତ କରିଥାଏ । ଏହି ସ୍ଥାନର ପ୍ରଚାର ପ୍ରସାର ଅଭାବରୁ ଏହା ଲୋକଲୋଚନଠାରୁ ବହୁ ଦୂରରେ । ପାକେଲପଡ଼ା ଗ୍ରାମରୁ କିଛି ଦୂର ଗଲେ ପଡ଼େ ଦୁଇଟି ପାହାଡ଼। ‌ବାମପଟେ ରହିଛି ଭାଇବହେନ ପାହାଡ଼ ଏବଂ ଡାହାଣକୁ ରହିଛି ବୁଢ଼ୀକୁଟେନ ପାହାଡ଼ । ବିସ୍ତିର୍ଣ୍ଣ ଜଙ୍ଗଲ ମଧ୍ୟରେ ଥିବା ଏହି ଦୁଇ ପାହାଡ଼କୁ ନେଇ ଅନେକ ଲୋକକଥା ମଧ୍ୟ ରହିଛି । ଭାଇବହେନ ପାହଡ଼ରେ ରହିଛି ଏକ ଗୁମ୍ଫା, ଯେଉଁ ଗୁମ୍ଫାରେ ବହୁ ବର୍ଷ ପୂର୍ବେ ଜଣେ ସାଧୁ ରହି ସାଧାନ କରୁଥିବାରୁ ଏହି ଗୁମ୍ଫାକୁ ବାବାଡେରା ଗୁମ୍ଫା ଭାବେନାମକରଣ କରାଯାଇଛି । ଗୁମ୍ଫାରେ ଉକ୍ତ ସାଧୁ ସନ୍ଧ୍ୟାହେଲେ ଖଞ୍ଜଣୀ ବଜାଇ ଭଜନ କରୁଥିବା ବେଳେ ତାହା ଗାଁ ପର୍ୟ୍ୟନ୍ତ ଶୁଣାଯାଉଥିଲା। ସାଧୁ ସକାଳେ ଗୁମ୍ଫାରୁ ବାହାରି ଗ୍ରାମରେ ଭିକ୍ଷା କରି ପୁଣି ସେଠାକୁ ଫେରିଯାଉଥିଲେ। ଗୁମ୍ଫାତଳେ ସାଧୁ ଅନେକ ଥର ଆଧ୍ୟାତ୍ମିକ ସମାରୋହ କରୁଥିଲେ । ସେଥିରେ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ସଂକୀର୍ତ୍ତନ ମଣ୍ଡଳୀ ଆସି ଯୋଗଦେଉଥିଲେ।
ଏହି ଜଙ୍ଗଲରେ ଅନେକ ଜୀବଜନ୍ତୁ ମଧ୍ୟ ଥିଲେ। ଏବେ ବି କିଛି ଜଙ୍ଗଲି ଜନ୍ତୁ ଏଠାରେ ଦୃଶ୍ୟମାନ ହୋଇଥାନ୍ତି। ସାଧୁ ଗୁମ୍ଫାରେ ରହୁଥିବାରୁ ଗ୍ରାମବାସୀଙ୍କର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସଂପର୍କ ରହି ଆସିଥିଲା। ଭାଲୁ ଆକ୍ରମଣରେ ସାଧୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେହି ଦିନଠାରୁ ଗୁମ୍ଫାରୁ ଗ୍ରାମବାସୀଙ୍କ ସଂପର୍କ କମି ଯାଇଥିଲା।
ଏହି ଭାଇବହେନ ପାହାଡ଼ ନିକଟରେ ଗମ୍ବୁଜ ପରି ବିରାଟ ପଥର ରହିଛି। ଏହି ଗମ୍ବୁଜ ପଥରକୁ ଲୋକେ ‘ପିତାବହଲିଆ’ ବୋଲି ନାମକରଣ କରିଛନ୍ତି। ଏହି ପଥରକୁ ପୂଜାକଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ସ୍ଥାନକୁ ଯାତାୟତ ପାଇଁ ଭଲରାସ୍ତା ଏବଂ ପାଡାଡ଼ର ଉନ୍ନତିକରଣ କରାଗଲେ ‘ବାବାଡେରା ଗୁମ୍ଫା’ ଓ ‘ପିତାବହଲିଆ ପଥର’ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି