Masthead

ମହିଳାଙ୍କୁ ଦଳି ଦେଲା ଦନ୍ତା

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ରେଞ୍ଜ ଗୁଆଲି ପଞ୍ଚାୟତ ନୂଆଗାଁରେ ଅଘଟଣ । ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ନୂଆଗାଁ ଦଳକ୍ ସାହିର ଚାମରା ମୁଣ୍ଡାଙ୍କ ସ୍ତ୍ରୀ ସୁମି ମୁଣ୍ଡା । ସୂଚନା ପାଇ ଗୁଆଲି ଫରେଷ୍ଟର ଓ ରୁଗୁଡ଼ି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସୂଚନା ଅନୁସାରେ ଦୁଇ ଯାଆ ସୁଲୋଚନା ମୁଣ୍ଡା ଓ ସୁମି ମୁଣ୍ଡା ସକାଳ ପ୍ରାୟ ୧୦ ଟା ସମୟରେ ପାଖ ଜଙ୍ଗଲକୁ ଦାନ୍ତକାଠି ଏବଂ ପତ୍ର ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରେ ଯାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ ଦୁଇ ଯାଆ । ହାତୀକୁ ଦେଖି ବଡ଼ ଯାଆ ସୁଲୋଚନା ଦୌଡ଼ି ନିଜର ଜୀବନ ରକ୍ଷା କରିଥିଲାବେଳେ ସାନ ଯାଆ ସୁମି କିନ୍ତୁ ନିଜକୁ ବଞ୍ଚାଇ ପାରି ନଥିଲେ । ହାତୀ ତାଙ୍କୁ ଦଳି ଚକଟି ମାରି ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ